ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ
18/12/2020 at 7:36 AM

କନ୍ଧମାଳ ୧୮।୧୨: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓଲଟି ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

‘ରାଜା’ ନାମକ ଯାତ୍ରୀବାହୀ ବସ୍ ଫୁଲବାଣୀରୁ ଭୁବନେଶ୍ଵର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ବସଟି ବୁଲାଣିରେ ଓଲଟି ପଡିଥିବା ସୂଚନା ମିଳିଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021
ସେକ୍ସ ରାକେଟ୍ର ପର୍ଦ୍ଦାଫାଶ: ରାଣୀ ମହୁମାଛି ସହ ୨ ଦେହଜୀବୀ ଗିରଫ
20 January 2021