Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚାଷୀ ମୁଣ୍ଡରେ ପୁଣି ଚଡ଼କ: ୨୫ ଏକରରୁ ଅଧିକ ଜମିର ଫସଲ ନଷ୍ଟ

18/03/2019 at 8:16 PM

ବାଲେଶ୍ୱର ୧୮/୩ : ଚାଷୀ ମୁଣ୍ଡରେ ପୁଣି ଚଡ଼କ । କୃଷି ବିଭାଗର ଅବହେଳା ପାଇଁ ବାହାନଗାରେ ୨୫ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ । ଖନ୍ତାପଡ଼ା ଭଗବତପୁର ଗାଁରେ ମୂଳପଚା ରୋଗ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । କ୍ଷତି ପୁରଣ ନମିଳିରେ ଅତ୍ମହତ୍ୟା କରିବାକୁ ଧମକ

ବାଲେଶ୍ବର ଚାଷୀଙ୍କ ଉପରେ ପୁଣି ଚଡ଼କ । ଦାଉ ସାଧିଲା ମୂଳ ପଚା ରୋଗ । ୨୫ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ । ଏ ଦୃଶ୍ୟ ବାଲେଶ୍ବର ଖନ୍ତପଡ଼ା ଭଗବତପୁର । ଧାନ ଗଛ ମୂଳର ହାଲ୍ ଦେଖନ୍ତୁ । ଚାଷୀ ବିହନ କିଣି ଧାର କରଜ କରି ଖରାଟିଆ ଚାଷ କରିଥିଲେ । ଏକର ପିଛା ୨୦ରୁ ୨୫ ହଜାର ଖର୍ଚ୍ଚ ହୋଇଥିଲା । ଭିଏଲଡବ୍ଲୁ ଙ୍କୁ ଡାକି ଜମି ଦେଖାଇଥିଲେ ଚାଷୀ । ତାଙ୍କରି ପରାମର୍ଶ ଅନୁସାରେ ଧାଡ଼ିରେ ରୋଇଥିଲେ । ଧାନ ଗଛ ସବୁ ମରିଯାଉଥିବା ଦେଖି ଚାଷୀମାନେ କୃଷି ଅଧିକାରୀ ଏବଂ ଭିଏଲଡବ୍ଲୁଙ୍କ ପରାମର୍ଶରେ ସାର, କୀଟନାଶକ ଦେଇଥିଲେ । ହେଲେ କିଛି ଲାଭ ହୋଇନଥିଲା । ପରେ ଚାଷୀମାନେ ଯେତେ ଡାକିଲେ ବି କାହାରି ଦେଖା ନଥିଲା ।


ରୋଗ ପୋକ କେମିତି ମରିବେ ସେ କାମ କୃଷି ବୈଜ୍ଞାନିକଙ୍କର ବୋଲି ଭିଏଲଡବ୍ଲୁ କହିଛନ୍ତି । ସେପଟେ ବିଭାଗୀୟ ଅଧିକାରୀ ଏକ ଟିମ ପଠାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ପାଣି ଓ ମାଟିର ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

   Related Posts