Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖାଇବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଲେ୨୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ

19/05/2020 at 10:33 AM

କଳାହାଣ୍ଡି୧୯/୫: ୨୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକଙ୍କ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପ୍ରଶାସନ ବି ନାକେଦମ।  କଳାହାଣ୍ଡି ଜିଲ୍ଲାକୁ ରାଜକୋଟ, ଗୁଜୁରାଟ ଅଞ୍ଚଳରୁ ୭ଟି ବସରେ ଭବାନୀପାଟଣା ପହଁଚିଥିବା ୨୦୦ ରୁ ଅଧିକ ଶ୍ରମିକ ଖାଇବା ଓ ରହିବାକୁ ନେଇ ନିଜ ଘରକୁ ଯିବା ଲାଗି ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାତି ୧୨ଟା ପର୍ଯ୍ୟନ୍ତ ଅଟକି ରହିଥିଲେ।

ପ୍ରବାସୀ ଶ୍ରମିକଙ୍କ ଅସନ୍ତୋଷ ପାଇଁ ପ୍ରଶାସନକୁ ନାକେଦାମ ହେବାକୁ ପଡ଼ିଛି । ଏମାନଙ୍କୁ ବୁଝେଇବା ପାଇଁ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଓ ପୋଲିସ ରାତିରୁ ଘଟଣା ସ୍ଥଳରେ ପହଂଚିଥିଲେ ବି ଏବେ ପର୍ଯ୍ୟନ୍ତ ଏମାନଙ୍କ ଘରକୁ ଯିବାକୁ ବ୍ୟବସ୍ଥା ହୋଇପାରି ନାହିଁ । ଜୟପାଟଣା, ନର୍ଲା, କୋକସରା ଆଦି ବ୍ଳକର ଏହି  ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ପହଂଚିବା ପରେ ଖାଇବାକୁ ମାଗିଥିଲେ। ଏମାନେ ହଠାତ ପହଂଚିଥିବାରୁ ରାତିରେ ଖାଇବାକୁ ଦିଆଯାଇପାରି ନ ଥିଲା। ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ  ଏମାନେ ବିକ୍ଷୋଭ ଆରମ୍ଭ କରିଥିଲେ। ପୁଣି ଏମାନେ  ନିଜ ବ୍ଳକର ସଙ୍ଘରୋଧ କେନ୍ଦ୍ରକୁ ଯିବାକୁ ବି ଅଡି ବସିଛନ୍ତି।

   Related Posts