ଟ୍ରେନର ଚେନ୍ ଟାଣି ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଫେରାର

Published By : Prameya-News7 Bureau | May 24, 2020 IST

ଖଲିକୋଟ, ୨୪|୦୫:  ସାରା ଦେଶରେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଲାଗୁ ହୋଇଛି । ଏହା ଆସନ୍ତା ୩୧ ତାରିଖରେ ଶେଷ ହେବ । ତେବେ ଏହି ସମୟରେ ବିଭିନ୍ନ ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । କିନ୍ତୁ କିଛି ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଟ୍ରେନର ଚେନ୍ ଟାଣି ଫେରାର ହୋଇଯାଉଥିବା ଖବର ସାମ୍ନାକୁ ଆସୁଛି । ସେହିପରି ଗଞ୍ଜାମ ଖଲିକୋଟରେ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

{"id":275294,"width":747,"height":492,"sizeSlug":"large"}

ପ୍ରବାସୀମାନେ ଏବେ ବିଭିନ୍ନ ମାଧ୍ୟମରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। କିଏ ଚାଲି ଚାଲି ଆସୁଛି ତ କିଏ ଟ୍ରକ ଓ ବସ ଯୋଗେ ତ ପୁଣି କିଏ ଟ୍ରେନ ଯୋଗେ ଫେରୁଛନ୍ତି । ତେବେ ହାଇଦ୍ରାବଦ ନାମପଲ୍ଲୀଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଗଞ୍ଜାମ ଜିଲା ଛତ୍ରପୁର ନିକଟ ବାଲିବଗଡ ଠାରେ ପ୍ରାୟ ୨୦୦ରୁ ଅଧିକ ପ୍ରବାସୀ ଶ୍ରମିକ ଚେନ୍ ଟାଣି ଓହ୍ଲାଇଯାଇଥିବା ଜଣାପଡିଛି । ଉକ୍ତ ଟ୍ରେନରେ ଗଞ୍ଜାମ ଜିଲାର ବହୁ ଲୋକ ଆସୁଥିବା ବେଳେ ଟ୍ରେନ ବ୍ରହ୍ମପୁର କିମ୍ବା ଜଗନ୍ନାଥପୁର ଷ୍ଟେସନରେ ରହିବାନେଇ କୌଣସି ଯୋଜନା ନଥିଲା। ଯାହାଫଳରେ ପ୍ରବାସୀମାନେ ଟ୍ରେନର ଚେନ୍ ଟାଣି ଦେଇଥିଲେ। ସେଠାରୁ ସେମାନେ ଚାଲି ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ,ଆରପିଏଫ ପହଁଚି କିଛି ଲୋକକୁ ଅଟକ ରଖିଥିବା ବେଳେ କିଛି ଲୋକ ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.