ରାଡାର ଜଣାଇଲା ସତ : ବିଦ୍ୟାଳୟ ପରିସରରୁ ଉଦ୍ଧାର ହେଲା ୨୧୫ ପିଲାଙ୍କ ମୃତଦେହ, ସନ୍ଦେହରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା

Published By : Prameya-News7 Bureau | May 30, 2021 IST

ଟରଣ୍ଟୋ ୩୦/୫ : କାନାଡାର ଏକ ସ୍କୁଲରୁ ନଜର ଆସିଛି ଅଭାବନୀୟ ଦୃଶ୍ୟ । ମାଟିତଳୁ ଉଦ୍ଧାର ହୋଇଛି ୨୧୫ ଶିଶୁଙ୍କ ମୃତଦେହ । ଏଥିମଧ୍ୟରୁ କେତେକଙ୍କ ବୟସ ୩ ବର୍ଷ ହେବା ବୋଲି ଅନୁମାନ କରାଯାଉଛି । ଏହି ବିଦ୍ୟାଳୟକୁ କାନାଡାର ସର୍ବବୃହତ ଆବାସିକ ବିଦ୍ୟାଳୟ ବୋଲି ଗଣାଯାଏ । ଯେଉଁ ସ୍କୁଲ କ୍ୟାମ୍ପସରେ ଏହି ମୃତଦେହ ମିଳିଛି ଏହାର ନାମ କେମଲୁପ୍ସ ଇଣ୍ଡିଆନ୍ ରେସିଡେନ୍ସିଆଲ୍ ସ୍କୁଲ୍ ।

ଜଣେ ସ୍କୁଲ ଅଧିକାରୀ ରୋଜାନେ କାସିମିର କହିଛନ୍ତି ଯେ ରାଡାର ସାହାଯ୍ୟରେ ସାମ୍ନାକୁ ଆସିଥିଲା ସତ । ଗତ ସପ୍ତାହରେ ମୃତଦେହକୁ କବର ଦେବା ବିଷୟରେ ସୂଚନା ମିଳିଥିଲା । ତେବେ ତଦନ୍ତ ଜାରି ରହିଥିବାରୁ ଆଗକୁ ଅଧିକ ମୃତଦେହ ଉଦ୍ଧାର କରାଯାଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି । ସେ କହିଛନ୍ତି ଯେ "ଏହା ଏକ କ୍ଷତି ଯାହା ବିଷୟରେ ଆପଣ କେବେ ଚିନ୍ତା କରିପାରିବେ ନାହିଁ । ପୂର୍ବରୁ ଇତିହାସରେ ମଧ୍ୟ ଏଭଳି ଘଟଣା ଘଟିବାର ନଜର ନାହିଁ ।

wp:gallery {"ids":[458905],"linkTo":"none"} /wp:gallery

ରୋଜେନ କୁହନ୍ତି, ଉନବିଂଶମ ଶତାବ୍ଦୀର ଆରମ୍ଭରୁ ୧୯୭୦ ଦଶକ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଦେଢଲକ୍ଷରୁ ଅଧିକ ପିଲାଙ୍କୁ ଏହି ଖ୍ରିଷ୍ଟିୟାନ ବିଦ୍ୟାଳୟକୁ ଅଣାଯାଇଥିଲା । ତେବେ ସେମାନ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା । ଏପରକି ସେମାନଙ୍କର ମାତୃଭାଷା ମଧ୍ୟ କହିବାକୁ ଅନୁମତି ଦିଆଯାଇନଥିଲା । ଦରକାର ପଡିଲେ ଅନେକଙ୍କୁ ମାଡ ମଧ୍ୟ ଦିଆଯାଇଥିଲା ।

wp:gallery {"ids":[458903],"linkTo":"none"} /wp:gallery

କୁହାଯାଏ ଯେ ଏହି ସମୟ ମଧ୍ୟରେ ପ୍ରାୟ ୬ ହଜାର ଶିଶୁ ପ୍ରାଣ ହରାଇଥିଲେ । ଏହାକୁ ନେଇ ୨୦୦୮ରେ କାନାଡା ସରକାର ସଂସଦରେ କ୍ଷମାପ୍ରାର୍ଥନା ବି କରିଥିଲେ । ଏବଂ ଏହାକୁ ବି ସ୍ୱିକାର କରିଥିଲେ ଯେ, ସେହି ସମୟରେ ଖ୍ରୀଷ୍ଟିଆନ ବିଦ୍ୟାଳୟରେ ପିଲାମାନଙ୍କୁ ଶାରୀରିକ ତଥା ଯୌନ ଉତ୍ପୀଡନର ଶିକାର ମଧ୍ୟ କରାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.