Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସେବା ସମବାୟ ସମ୍ପାଦିକାଙ୍କ ନାମରେ ପାତରଅନ୍ତର ଅଭିଯୋଗ, କାର୍ଯ୍ୟାଳୟରେ ତାଲା ପକାଇଲେ ୨୦୦ରୁ ଅଧିକ ଚାଷୀ

24/09/2021 at 1:13 PM

ଚାନ୍ଦବାଲି ୨୪/୦୯ : ଚାଷୀ ମାନଙ୍କ ପାଇଁ ଆସିଥିବା ବିମାରାଶିରେ ପାତର ଅନ୍ତର ଅଭିଯୋଗ ଦେଖିବାକୁ ମିଳିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ସେବା ସମବାୟ ସମିତିରେ । ୨୦୨୦ ମସିହା ଖରିଫ ରତୁରେ ଚାଷୀ ମାନେ ରୁଣନେଇ ଚାଷ କରିଥିଲେ ହେଲେ ଦଇବ ସେମାନଙ୍କ ଉପରେ ଦାଉ ସାଜିଲା ୨୦୨୦ରେ ବନ୍ୟାରେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ।

ସମ୍ପାଦିକା କହିବା ମୁତାବକ ଚାଷୀମାନେ ବିମାରାଶି ଭରିଥିଲେ । ହେଲେ ଏଥିରେ ଉକ୍ତ ସମ୍ପାଦିକା ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଟାଳଟୁଳ ନୀତି ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବାଦ ପଡିଥିବା କଥା ଅଭିଯୋଗ କରିଛନ୍ତି । ଏ ବିଷୟରେ ଉପରସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜି ଏହାର ପ୍ରତିବାଦ କରି ୨୦୦ରୁ ଅଧିକ ଚାଷୀ ସେବା ସମବାୟ ସମିତିରେ ତାଲା ପକାଇବା ସହିତ ଜିଲ୍ଲା ପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

   Related Posts