ଟ୍ରମ୍ପଙ୍କ ରାଲି ସାଜିଲା କାଳ : କରୋନାରେ ସଂକ୍ରମିତ ହେଲେ ୩୦ହଜାର, ୭ଶହ ମୃତ

Published By : Prameya-News7 Bureau | November 02, 2020 IST

ଓ୍ୱାସିଂଟନ ୦୨।୧୧: ଆସନ୍ତା ୩ ତାରିଖ ଦିନ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ।  ନଭେମ୍ବର ୩ରେ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଟ୍ରମ୍ପ ଆଉ ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଚେଷ୍ଟା ଜାରି ରଖିଛନ୍ତି । ଏଥିପାଇଁ ସେ ଦେଶରେ ବାରମ୍ବାର ନିର୍ବାଚନ ରାଲି ଜାରି ରଖିଥିଲେ । ଗତ ଜୁନ୍‌ ମାସରୁ ସେପ୍ଟେମ୍ବର ୨୨ ମଧ୍ୟରେ ପ୍ରାୟ ୧୮ଟି ନିର୍ବାଚନ ରାଲି କରିଛନ୍ତି ଟ୍ରମ୍ପ ।

ଚାଲିଆଡେ କରୋନା ଭୟ , ଏହି ସମୟରେ ଟ୍ରମ୍ପଙ୍କ ପକ୍ଷରୁ କରାଯାଇଥିଲା ରାଲିରୁ ପ୍ରାୟ ୩୦ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଷ୍ଟେନଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି । ଏବେ ଏହି ରିପୋର୍ଟକୁ ନେଇ ଆମେରିକାରେ ଚର୍ଚ୍ଚା ଆରମ୍ଭ ହୋଇଛି । ସାମାଜିକ ଦୂରତା ବଜାୟ ନ ରଖିବାରୁ ଏଭଳି ହୋଇଥିବା ରିପୋର୍ଟରେ ଖୁଲାସା କରାଯାଇଛି । ଏହାକୁ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ । ଦେଶର ଜନତାଙ୍କ ସ୍ବାସ୍ଥ୍ୟପ୍ରତି ଟ୍ରମ୍ପଙ୍କର କୌଣସି ଚିନ୍ତା ନାହିଁ ବୋଲି ବାଇଡେନ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.