ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 23, 2020 IST

କୁଚିଣ୍ଡା ୨୩।୧୨: ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଅସୁସ୍ଥ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ, ଲୁନ୍ଦୁରୁଡିହି, ଗୋଷାଇପଡା ଓ ଜଣ୍ଡା ଆଦି ୪ଟି ଗାଁର ୨୦ରୁ ଅଧିକ ଲୋକ ଝାଡବାନ୍ତିରେ ଆକ୍ରାନ୍ତ ହେବା ସହ ଅସୁସ୍ଥ ହୋଇପଡିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ କୁନ୍ତରା ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ଦହି କିଣି ଖାଇବା ପରେ ରାତିରେ ଝାଡାବାନ୍ତି ହୋଇଥିଲା । ଫଳରେ କୁସୁମୀ ଫାଣ୍ଡିକୁ ଖବର ଦିଆଯିବାରୁ ଆମ୍ବୁଲାନ୍ସ ଡକାଇ ସମସ୍ତଙ୍କୁ କୁନ୍ତରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.