ଅବକାରୀ ବିଭାଗର ଚଢ଼ାଉ, ୪୫ ଲିଟର ଦେଶୀ ମଦ ଜବତ ସହିତ ୨ କୁଇଣ୍ଟାଲରୁ ଅଧିକ ପୋଚ ନଷ୍ଟ
18/12/2020 at 10:13 PM

ରାଇରଙ୍ଗପୁର ୧୮/୧୨: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉରେ ବ୍ୟାପକ ପରିମାଣର ମଦ ରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହିତ ପ୍ରଚୁର ପରିମାଣରେ ମହୁଲ ପୋଚ ନଷ୍ଟ କରାଯାଇଛି।
ରାଇରଙ୍ଗପୁର ଥାନା ଅନ୍ତର୍ଗତ ନଦୀକୂଳରେ ଥିବା ଭାଲୁଯୋଡି ଗାଁରେ ଅଚାନକ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଚଢ଼ାଉରେ ବ୍ୟାପକ ପରିମାଣର ମାଡ଼ ରନ୍ଧା ସରଞ୍ଜାମ ଜବତ କରାଯିବ ସହିତ ୪୫ ଲିଟର ଦେଶୀ ମଦ ଜବତ କରିବା ସହିତ ୨୪୦୦ କି.ଗ୍ରା. ମହୁଲ ପୋଚ ମଧ୍ୟ ନଷ୍ଟ କରାଯାଇଛି। ଅବକାରୀ ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ,ସୁମନ୍ତ ମହାନ୍ତ,ଅମ୍ବିକା ନାଏକ,କ୍ରୀଷ୍ଣା ବିନ୍ଧାଣି ,ବିଜୟ ମହାନ୍ତ,ଚୁଡାମଣି ସିଂ ପ୍ରଭୁତି ଚଢ଼ାଉରେ ସାମିଲ ଥିଲେ।ଅବକାରୀ ବିଭାଗର ଘନ ଘନ ଚଢ଼ାଉ ରେ ଚୋର ଦେଶୀ ମଦ କାରବାରୀଙ୍କ ମଧ୍ୟରେ କକୁଆ ଭୟ ଖେଳି ଯାଇଛି।