କରୋନାରେ ବଢ଼ିଛି ସାମାଜିକ ବ୍ୟବଧାନ, ଡିପିଟି ପ୍ରଥମ ଡୋଜ୍‌ରୁ ଭାରତରେ ବଞ୍ଚିତ ହୋଇଛନ୍ତି ୨.୩କୋଟି ଶିଶୁ

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭।୭: କରୋନା ଭାଇରସ ମହାମାରୀରେ ସାମାଜିକ ବ୍ୟବଧାନ କିପରି ବଢିଛି ତାହା ଜାତିସଂଘ (ୟୁଏନ)ଙ୍କ ଏକ ରିପୋର୍ଟରୁ ସ୍ପଷ୍ଟ ବୁଝାପଡିଛି। ମହାମାରୀ ଭୟରେ ସାରା ବିଶ୍ୱ କବାଟ କିଳି ରହିଥିବା ବେଳେ ବିଭିନ୍ନ ସାମାଜିକ ବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ଏପରିକି  ଜନ୍ମ ଶିଶୁ ନେଉଥିବା ଡିପଥେରିଆ-ପର୍ଟୁସିସ୍-ଟିଟାନାସ (ଡିପିଟି) ଟିକାକରଣ ମଧ୍ୟ ବିଶ୍ୱରେ ଠିକ୍ ଭାବେ ସଞ୍ଚାଳିତ ହୋଇପାରିନାହିଁ। ଫଳରେ କେବଳ ଭାରତରେ ୨.୩ କୋଟି ନବଜାତ ଶିଶୁ ଡିପିଟି  ଟିକାକରଣର ପ୍ରଥମ ଡୋଜରୁ ବଞ୍ଚିତ ହୋଇଛନ୍ତି।  ୨୦୨୦ ମସିହାରେ ଭାରତରେ କରୋନା ଭାଇରସ ସଂକ୍ରମଣ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଜନ୍ମ ନେଇଥିବା ଶିଶୁଙ୍କୁ ଏହି ଟିକାର ପ୍ରଥମ ଡୋଜ୍ ଦିଆ ଯାଇପାରି ନାହିଁ। ଫଳରେ ଭାରତରେ ଡିପିଟି ଟିକାକରଣ କରିନଥିବା ଶିଶୁଙ୍କ ହାର ଏବେ ବିଶ୍ୱରେ ସର୍ବାଧିକ ବୋଲି ୟୁଏନ ସୂଚିତ କରିଛନ୍ତି।

କରୋନା ମହାମାରୀରେ ଉପୁଜିଥିବା ବ୍ୟବଧାନ ଯୋଗୁ ଶିଶୁ ଡିପିଟି-୧ ଟିକା କରିପାରି ନାହାନ୍ତି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଓ ୟୁଏନ ପରିଚାଳିତ ଶିଶୁଙ୍କ ଏଜେନ୍ସୀ ୟୁନିସେଫ୍‌ଙ୍କ ଅନୁସାରେ ଏହି ଟିକା ଶିଶୁଙ୍କୁ ନିୟମିତ ସ୍ୱାସ୍ଥ୍ୟ ସେବା ଆଧାରରେ ଦିଆଯାଉଥିଲା। ତେବେ କରୋନା କାରଣରୁ ଭାରତରେ ୨୩ ନିୟୁତ ଶିଶୁ ଏଥିରୁ ବଞ୍ଚିତ ହୋଇଛନ୍ତି। ଏଥିରେ କୋଭିଡ ଯୋଗୁ ବିଶ୍ୱ ସେବା କିପରି ପ୍ରଭାବିତ ହୋଇଛି ତାହା ସହଜରେ ଅନୁମାନ କରାଯାଇପାରେ ବୋଲି ୟୁଏନ କହିଛନ୍ତି।

{"id":482064,"width":840,"height":561,"sizeSlug":"large","linkDestination":"none"}

ତେବେ ଚିନ୍ତାର ବିଷୟ ହେଉଛି ଏପରି ଶିଶୁଙ୍କ ମଧ୍ୟରୁ ଏକ ବୃହତ୍ତ ସଂଖ୍ୟା ପାଖାପାଖି ୧.୭କୋଟିଙ୍କୁ ବର୍ଷକ ମଧ୍ୟରେ ପ୍ରଥମ ଟିକା ମିଳିଛି କି ନା ସେ ନେଇ ମଧ୍ୟ ସନ୍ଦେହ ରହିଛି। ଯାହା ଟିକା ପହଞ୍ଚାଣରେ ଥିବା ଅସମାନତାକୁ ଆହୁରି ବଢାଇ ଦେଇଛି। ବୌଶ୍ୱିକ ଅନୁଷ୍ଠାନଙ୍କ ଅନୁସାରେ ଏଥିରୁ ଅଧିକାଂଶ ଶିଶୁ ଯୁଦ୍ଧବିଧ୍ୱଂସ୍ତ ଅଞ୍ଚଳ, ଦୁର୍ଗମ ଅଞ୍ଚଳ ଓ ସହରାଞ୍ଚଳମାନଙ୍କରେ ରହୁଥିଲେ ବି ବସ୍ତି ବାସିନ୍ଦାଙ୍କ ଶିଶୁ ଯେଉଁମାନେ ପ୍ରାୟତଃ ସ୍ୱାସ୍ଥ୍ୟଗତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ସେମାନେ ଟିକାକରଣରୁ ବଞ୍ଚିତ ହୋଇଛନ୍ତି।

ଡବ୍ଲୁଏଚଓ ମହାନିର୍ଦ୍ଦେଶକ ମଧ୍ୟ ଅତୀତରେ ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଆମେ ସମସ୍ତେ କୋଭିଡ-୧୯ ଟିକା ପଛରେ ପଡିଛେ ହେଲେ ଅନ୍ୟ ଟିକାକରଣ ମାମଲାରେ ପଛେଇଗଲେଣି ଓ ସେ ବାବଦେ କେହି ଧ୍ୟାନ ଦେଉନଥିବା କହିଥିଲେ। ଫଳରେ ମିଳିମିଳା, ପୋଲିଓ ଏବଂ ମେନିନଜାଇଟିସ୍ ଭଳି ବିନାଶକାରୀ ହୋଇଥିଲେବି ରୋକି ହୋଇ ପାରୁଥିବା ରୋଗର ବିପଦରେ ଆମେ ପକାଇ ଦେଇଥିବା ମହାନିର୍ଦ୍ଦେଶକ କହିଥିଲେ। ଭାରତରେ ଏପରି ପିଲାଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ଯେଉଁମାନଙ୍କର ଜନ୍ମରେ ଡିପିଟି ଟିକାକରଣ କରାଯିବାର ଥିଲା ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.