Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସବିଆଇ ସେଭିଙ୍ଗ୍ ଆକାଉଣ୍ଟରେ ଲକ୍ଷେ ଟଙ୍କାରୁ ଅଧିକ ଜମା କଲେ ହେବ କ୍ଷତି : ମଇ ୧ତାରିଖରୁ ବଦଳିଯିବ ଏହିସବୁ ନିୟମ,ଜାଣନ୍ତୁ

ନୂଆଦିଲ୍ଲୀ ୨୦/୪: ଯଦି ଆପଣ ଏସବିଆଇ ଆକାଉଣ୍ଟ ଖୋଲା ଅଛି ଏବଂ ଏଥିରେ ଲକ୍ଷେ ଟଙ୍କାରୁ ଅଧିକ ଟଙ୍କା ଡିପୋଜିଟ୍ ରହିଛି ତେବେ ସାବଧାନ ହୋଇଯାଆନ୍ତୁ। ଏସବିଆଇ ମଇ ୧ତାରିଖରୁ ୧ଲକ୍ଷ ଟଙ୍କାରୁ  ଅଧିକ ସେଭିଙ୍ଗ୍ ଡିପୋଜିଟରେ ସୁଧ ଦର ହ୍ରାସ କରିବ। ଏହାର କାରଣ ହେଉଛି ଆରବିଆଇ ଅପ୍ରେଲରେ ରେପୋ ରେଟରେ କରିଥିବା ବିଯୋଗ। ପ୍ରକୃତରେ ଏସବିଆଇ ଏକ୍ସଟରନାଲ ବେଞ୍ଚମାର୍କିଙ୍ଗ୍ ନିୟମକୁ ଅବଲମ୍ବନ କରି ସେଭିଙ୍ଗ ଡିପୋଜିଟ୍ ଏବଂ ସ୍ବଳ୍ପକାଳୀନ କରଜ ଦରକୁ ଆରବିଆଇ ରେପୋ ରେଟ୍ ସହ ଯୋଡ଼ି ଦେଇଛି।

ବ୍ୟାଙ୍କ ବିଭିନ୍ନ ପ୍ରକାର ଅବଧି ଥିବା କରଜ ପାଇଁ MCLRରେ ୦.୦୫ପ୍ରତିଶତର ବିଯୋଗ କରିଛି,ଯାହା ୨୦୧୯ ଅପ୍ରେଲ୍ ୧୦ତାରିଖରୁ ଲାଗୁ କରାଯାଇଛି। ଏହା ସହିତ ୩୦ଲକ୍ଷ ଟଙ୍କା ଯାଏଁ ହୋମ୍ ଲୋନରେ ସୁଧ ଦରରେ ୦.୧ପ୍ରତିଶତର ବିଯୋଗ କରିଛି। ଏବେ ୩୦ଲକ୍ଷ ଟଙ୍କା ଯାଏଁ ଲୋନ୍ ପାଇଁ ସୁଧ ଦର ୮.୬୦ପ୍ରତିଶତରୁ ୮.୯୦ପ୍ରତିଶତ ବାର୍ଷିକ ହେବ।

860 Views

   ସମ୍ବନ୍ଧିତ ଖବର