Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଓଡିଶାରୁ ଦିଲ୍ଲୀ ଗଲେ ଦେଢ଼ଶହରୁ ଅଧିକ କଂଗ୍ରେସ ନେତା , ଜାଣନ୍ତୁ କାହିଁକି

21/08/2019 at 6:59 PM

ଭୁବନେଶ୍ବର୨୧|୮: ଦିଲ୍ଲୀ ଗଲେ କଂଗ୍ରେସ ନେତା। ରାଜ୍ୟ​‌ରେ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ହେବ ଆଲୋଚନା। ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ​ଦେବା ସହ ସବୁ ଛାମୁଆ ସଙ୍ଗଠନ ମୁରବୀ ବିହୀନ ହୋଇ ପଡିରହିଛି। କାଲି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ ପରେ ଗୋଟିଏ ଗ୍ରୁପ୍‌ ସୋନିଆ ଗାନ୍ଧୀଙ୍କୁ ଭେଟି ରାଜ୍ୟ କଂଗ୍ରେସ ସଙ୍ଗଠନରେ ପରିବର୍ତ୍ତନ ପରିବା ପାଇଁ ଦାବି କରିବ ବୋଲି ଚର୍ଚ୍ଚା ଜୋର ଧରିଛି। …

ଦଳର ସାହା ଭରସା ସୋନିଆ ଗାନ୍ଧୀଙ୍କ ଡକରା ପାଇ ଦିଲ୍ଲୀ ଯାଇଛନ୍ତି ଓଡ଼ିଶାରୁ ଦେଢ଼ଶହରୁ ଅଧିକ ନେତା । କାଲି ଅପରାହ୍ନରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ନେତାଙ୍କୁ ସୋନିଆ ଗାନ୍ଧୀ ଉଦବୋଧନ ଦେବେ। କଂଗ୍ରେସକୁ ତୃଣମୂଳ ସ୍ତରରୁ ଏକଜୁଟ କରିବା ପାଇଁ ନେତାଙ୍କୁ ସଂକଳ୍ପ କରାଇବେ ସୋନିଆ। ଏହାପରେ କିଛି ବରିଷ୍ଠ କଂଗ୍ରେସ ନେତା ସୋନିଆଙ୍କୁ ଭେଟିବା ପାଇଁ ସମୟ ନେଇଛନ୍ତି।….

ଏପଟେ ରାଜ୍ୟ କଂଗ୍ରେସ ଅବସ୍ଥା ମଧ୍ୟ ଶୋଚନୀୟ। ସବୁ ଛାମୁଆ ସଙ୍ଗଠନ ନେତୃତ୍ବ ବିହୀନ ହୋଇ ପଡ଼ି ରହିଛି । କିଛି ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି।  ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେବାକୁ ମନ କରିଥିବା ବେଳେ ଏହା ଗୃହୀତ ହୋଇନି।  ତେଣୁ କାଲି ଗୋଟିଏ ଖାସ ନିଷ୍ପତ୍ତି ହେବ ।

ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ନେତୃତ୍ବ ନେବାପରେ ଏବେ ଦଳରେ ନୂଆ ଆଶା ସଞ୍ଚାର ହୋଇଛି। ସୋନିଆଙ୍କ ସହିତ କାମ କରିଥିବା କିଛି ବରିଷ୍ଠ ନେତା ସାଙ୍ଗଠନିକ ପଟ୍ଟ ପରିବର୍ତ୍ତନ ନେଇ ଲବି କଲେଣି। …

 

   Related Posts