Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଜମି କେଳେଙ୍କାରୀର ତାଲିକା ବଢ଼ିଲା: ରାଜଧାନୀର ଛାତି ଉପରେ ଓଟିଭି ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

27/10/2020 at 8:35 PM

ଭୁବନେଶ୍ବର୨୭/୧୦: ସାରୁଅ ଜମି ସହ ଭୁବନେଶ୍ବସ୍ଥିତ ଓଟିଭି କାର୍ଯ୍ୟାଳୟ ନିକଟରେ ଥିବା ଜମି କେଳେଙ୍କାରୀ ମଧ୍ୟ ଓଟିଭି କର୍ତ୍ତୃପକ୍ଷ କରିଛନ୍ତି। ଓଟିଭି କାର୍ଯ୍ୟାଳୟ ଚାରିପାଖରେ ଜବରଦଖଲ କରି ମାଡି ବସିଛନ୍ତି ୧୨ ହଜାର ୯୮୦ ବର୍ଗ ଫୁଟ ଜମି । ଜମି ଜବରଦଖଲ ଅଭିଯୋଗ ପରେ ଚଳିତ ମାସ ୨୦ ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ବା ସୋ କଜ୍ ନୋଟିସ କରିଥିଲା ଇଡ୍‌କୋ।

୨୨ ତାରିଖରେ ଓଟିଭି କର୍ତ୍ତୃପକ୍ଷ ସୋ କଜର ଉତ୍ତର ଦେଇ ଲେଖିଥିଲେ ଯେ, ସେମାନେ କୌଣସି ଜାଗା ଜବରଦଖଲ କରି ନାହାନ୍ତି। ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ଇଡ୍‌କୋ ପକ୍ଷରୁ ଆଜି ଓଟିଭି କାର୍ଯ୍ୟାଳୟରେ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା । ଏହି ଭେରିଫିକେସନ୍ ବେଳେ ଇଡ୍‌କୋ ଲ୍ୟାଣ୍ଡ ଅଫିସର, ବିଏମସି, ବିଡିଏ ଓ କଳାରାହାଙ୍ଗ ତହସିଲର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଭେରିଫିକେସନ୍‌ରୁ ଜଣାପଡିଛି ଯେ ୨୦୦୭ ମସିହାରେ ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଓଟିଭିକୁ ୦.୮୩୫ଏକର ଜମି ଇଡ୍‌କୋ ଆଲଟ କରିଥିଲା। ଏହି ଜମି ଏନ୍/୨୮/୨୯/୩୦ ଏବଂ ୩୧ନମ୍ବର ପ୍ଲଟ୍‌ରେ ରହିଛି । କିନ୍ତୁ ଆଲଟ୍ ହୋଇଥିବା ଜମି ବ୍ୟତୀତ ଇତିମଧ୍ୟରେ ଓଟିଭି ଅଧିକ ୧୨ ହଜାର ୯୮୦ ବର୍ଗଫୁଟ ଜମି ମାଡି ବସି, ସେଠରେ ଉପରେ ନିର୍ମାଣ କାର୍ଯ୍ୟ କରିଛି ।

ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି । ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ମାଡି ଆସିଛି । ଗୋଟିଏ ସେଟ୍ ମଧ୍ୟ ଜବରଦଖଲ ଜମି ଉପରେ ଥିବା ଜଏଣ୍ଟ ଭେରିଫିକେସନ୍ ବେଳେ ଜଣାପଡିଥିବା ସୂଚନା ମିଳିଛି । ସାରୁଅରେ ଦଳିତଙ୍କ ଜମି ହଡପ କରିଥିବା ଓଟିଭି ଏବେ ରାଜଧାନୀର ଛାତି ଉପରେ ମଧ୍ୟ ଜମି ଜବରଦଖଲ କରିଥିବା ସାମ୍ନାକୁ ଆସିଛି।

   Related Posts