Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭୁଲ୍ ନିଷ୍ପତି ପାଇଁ ୧୦୦୦ରୁ ଉର୍ଦ୍ଧ୍ଵ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ, ଆନ୍ଦୋଳନ ଚେତାବନୀ ଦେଲେ ଶିକ୍ଷକ ସଂଘ

6/10/2021 at 8:46 PM

ଆନନ୍ଦପୁର ୦୬।୧୦: କେନ୍ଦୁଝର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଭୁଲ୍ ନିଷ୍ପତି ଯୋଗୁଁ ଜିଲ୍ଲାରେ କାର୍ଯ୍ୟରତ ଏକ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ହୋଇଥିବା  ଅଭିଯୋଗ ହୋଇଛି। ଲେବୁଲ୍ V(A) ରୁ ଲେବୁଲ୍  V(B) କୁ ପଦୋନ୍ନତି ପାଇଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଭାଗର ପ୍ରଧାନ ଶିକ୍ଷକ, ସୀକୃତି ପ୍ରାପ୍ତ କଳା ଓ ବିଜ୍ଞାନ ଶିକ୍ଷକ ମିଶାଇ ଜିଲ୍ଲାରେ ମୋଟ ୧୬୪୨ ଗୋଟି ପଦବୀ ଖାଲି ପଡିଛି।

ହେଲେ ଚଳିତ ବର୍ଷ ଜିଲ୍ଲାରୁ ଲେବୁଲ୍ V(A) ରୁ V(B)କୁ କାଟାଗୋରୀ(୧) ରେ ମାତ୍ର ୧୦୯ ଜଣ  ଓ କାଟାଗୋରୀ (୨) ରେ ୩୭ ମାତ୍ର ଜଣ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି।  କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ ଖାଲିଥିବା ସମସ୍ତ ପଦବୀ ସମ୍ପର୍କରେ ବିଭାଗ କୁ ସଠିକ୍ ତଥ୍ୟ ନଦେବାରୁ ଜିଲ୍ଲାର ଏକ ହଜାରରୁ ଉର୍ଦ୍ଧ୍ଵ  ଶିକ୍ଷକ ଚଳିତ ବର୍ଷ ବଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ଯାଜପୁର ଜିଲ୍ଲାରେ ମୋଟ୍ ଖାଲିଥିବା ୧୨୯୪ ପଦବୀରୁ ୧୧୧୬ ଜଣ ପଦୋନ୍ନତି ପାଇଥିବା ଗତ ୪ ତାରିଖରେ ପ୍ରକାଶିତ ତାଲିକାରୁ ଜଣା ପଡିଛି।  ଭୁଲ୍ ନିଷ୍ପତି ଯୋଗୁଁ କେନ୍ଦୁଝର ଜିଲ୍ଲାର ପଦୋନ୍ନତି ପାଇନଥିବା ଯୋଗ୍ୟ ଶିକ୍ଷକ ମାନେ ଏବେ ସବୁ କ୍ଷେତ୍ରରେ ପଛୁଆ ପଡି ଯାଇଛନ୍ତି।  

ଏଭଳି ଘଟଣାକୁ ବିରୋଧ କରି ଆଜି କେନ୍ଦୁଝର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆହ୍ଵାନରେ ଆନନ୍ଦପୁର ଉପଖଣ୍ଡ ହାଟଡିହି, ଘଷିପୁରା ଓ ଆନନ୍ଦପୁର ବ୍ଲକର ଶିକ୍ଷକମାନେ ଘଷିପୁରା ଝାଡେଶ୍ଵର କଲ୍ୟାଣ ମଣ୍ଡପଠାରେ ବୈଠକ କରିଛନ୍ତି। ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀ  ସମସ୍ୟା ସମାଧାନ ନକଲେ ଆଗକୁ ସଂଘ ଆନ୍ଦୋଳମ ଓ ଆଇନ୍ ଗତ ବାଟ ଆପଣେଇବ ବୋଲି କହିଛନ୍ତି ସଂଘ ସଭାପତି ଦିଲ୍ଲୀପ୍ ରାଉତ।

   Related Posts