କ୍ବାରେଣ୍ଟାଇନ୍ ସେଣ୍ଟରରୁ ଲୁଚି ପଳାଇଲେ ୧୦୦ରୁ ଶ୍ରମିକ

Published By : Prameya-News7 Bureau | May 03, 2020 IST

ବ୍ରହ୍ମପୁର ୦୩।୦୫: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଲୁଚି ପଳାଇଲେ ଶ୍ରମିକ । ଗଞ୍ଜାମ ବେଗୁନିଆପଡା ଆଦର୍ଶ ବିଦ୍ୟାଳୟ ଏବଂ ଜନତା ଉଚ୍ଚ ବିଦ୍ୟାଳୟର କ୍ଵରେଣ୍ଟାଇନ କେନ୍ଦ୍ରରୁ ୧୦୦ରୁ ଅଧିକ ଶ୍ରମିକ ପଳାଇଥିବା ସୂଚନା ମିଳିଛି I ଏହି ୨ଟି ସ୍କୁଲରେ ପାଖାପାଖି ୧୫୦ଜଣ ସୁରତ ଫେରନ୍ତା ଥିଲେ । ପେ।ଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ଶ୍ରମିକଙ୍କୁ କାବୁ କରିଥିବା ଜଣାପଡିଛି । ତେବେ ଶ୍ରମିକମାନେ ଫେରାର ହେବା ପରେ କ୍ବାରେଣ୍ଟାଇନ୍ କେନ୍ଦ୍ରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

{"id":263998,"sizeSlug":"large"}

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଶ୍ରମିକମାନେ ବାହାର ରାଜ୍ୟରୁ ଆସିଥିଲେ । ଏବଂ ସରକାରଙ୍କ ନିୟମନୁସାରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା । କିନ୍ତୁ ଏବେ କିଛି ଶ୍ରମିକମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଖସି ଯାଇଥିବା ଖବର ଆସିଛି । କିଛି ଶ୍ରମିକଙ୍କୁ ପୋଲିସ କାବୁ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.