ଜାମ୍ମୁ-କାଶ୍ମୀର ଆତଙ୍କବାଦୀଙ୍କ ଲାଗି ପାଲଟିଲା ମୃତ୍ୟୁର ଘାଟି, ଏହି ବର୍ଷ ମଲେଣି ୧୦୦ରୁ ଅଧିକ

Published By : Prameya-News7 Bureau | June 08, 2020 IST

ଶ୍ରୀନଗର ୦୮।୦୬: ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷ ସୁରକ୍ଷା ବଳ ୧୦୧  ଆତଙ୍କବାଦୀକୁ ନିପାତ କରି ସାରିଛନ୍ତି। ଏବେ ଦକ୍ଷିଣ କାଶ୍ମୀରରେ ଆହୁରି ୧୨୫ ଆତଙ୍କବାଦୀଙ୍କୁ ମାରିବା ଲାଗି ସେନା ଯୋଜନା ପ୍ରସ୍ତୁତ କରିଛି। ଏଥିରେ ୨୫ ବିଦେଶୀ ଆତଙ୍କବାଦୀ ମଧ୍ୟ ସାମିଲ। ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।

ସେନାର ୧୫ତମ କୋରର ନେତୃତ୍ଵ ନେଉଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ ଏଠାରୁ ପ୍ରାୟ ୩୩ କିଲୋମିଟର ଦୂର ଅବନ୍ତିପୋରାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଂପ୍ରତି ଘାଟିରେ କେତେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା କେତେ ରହିଛି ତାହା କହିବା ମୁସ୍କିଲ। କିନ୍ତୁ ସୁରକ୍ଷାବଳ ଦକ୍ଷିଣ କାଶ୍ମୀରରେ ୧୦୦ ସ୍ଥାନୀୟ ଏବଂ ପ୍ରାୟ ୨୫ ବିଦେଶୀ ଆତଙ୍କବାଦୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛି।

ପୋଲିସ ଅଧିକାରୀଙ୍କ ଅନୁଯାୟୀ ଚଳିତ ବର୍ଷ ପ୍ରାରମ୍ଭରୁ ଏ ଯାଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ମୋଟ୍ ୧୦୧ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ମାତ୍ର ସୁରକ୍ଷାବଳଙ୍କୁ ଆତଙ୍କବାଦ ବିରୋଧୀ ଅଭିଯାନରେ ଶାନ୍ତି କାଏମ ପାଇଁ ନିଜର ବହୁମୂଲ୍ୟ ଦେବାକୁ ପଡିଛି। ଆତଙ୍କବାଦୀଙ୍କ ସହ ଏହି ଲଢେଇରେ  ଚଳିତ ବର୍ଷ  ଅଦ୍ୟାବଧି ୨୯ ଯବାନ ସହିଦ ହୋଇଛନ୍ତି।

{"id":283264,"sizeSlug":"large"}

ଅଧିକାରୀ କହିଛନ୍ତି, ଆଜି ସକାଳେ ସୋପିଆନରେ ହୋଇଥିବା ଗୁଳି ବିନିମୟରେ ୪ ଆତଙ୍କବାଦୀର ମୃତ୍ୟୁ ସହିତ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି। ଆତଙ୍କବାଦୀଙ୍କ ସହ ଲଢିବା  ବେଳେ ୨୯ ଯବାନ ସହିଦ ହୋଇଛନ୍ତି। ଏହା ବ୍ୟତୀତ ଆତଙ୍କବାଦୀ ୧୧ ସ୍ଥାନୀୟ ନିବାସୀକୁ ଗୁଳି କରି ହତ୍ୟା କରିଛନ୍ତି।

ଜାମ୍ମୁ-କାଶ୍ମୀରରେ ମାର୍ଚ୍ଚ ମାସରେ ଆତଙ୍କବାଦୀ ବିରୋଧୀ ଅଭିଯାନ କିଛିଟା ଧିମା ରହିଥିଲା। ମାତ୍ର ଏପ୍ରିଲ ମାସରେ ଏହା ଜୋରଦାର ହୋଇଛି। ଏପ୍ରିଲରେ ୨୯ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି। ମେ ୧୫ ଏବଂ ଜୁନର ପ୍ରଥମ ୮ ଦିନରେ ଏହି ସବୁ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.