ହାତ ଏବଂ ପଦ୍ମକୁ ବାଏ ବାଏ କଲେ ଶତାଧିକ କର୍ମୀଙ୍କ ସହ ପୁରୁଖା ନେତା, ବିଜେଡିରେ ହେଲେ ସାମିଲ୍‌

Published By : Prameya-News7 Bureau | October 17, 2021 IST

ନୟାଗଡ, ୧୭/୧୦: ହାତ ଏବଂ ପଦ୍ମ ଛାଡ଼ି ବିଜେଡିର ହାତ ଧରିଲେ ଶତାଧିକ କର୍ମୀ । ବିଜେଡି ପକ୍ଷରୁ ନୟାଗଡ ନିର୍ବ।ଚନ ମଣ୍ଡଳୀର ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଶତାଧିକ ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଇଟାମାଟି ପଞ୍ଚୟାତର ଦୁଇ ଦଳର ବହୁ ପୁରୁଖା ନେତା ଓ ସେମାନଙ୍କର ସମର୍ଥକମାନେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଏବଂ ଉନ୍ନୟନମୁଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନିଜ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

କଂଗ୍ରେସ ଦଳ ନେତୃତ୍ବ ବିହୀନ ଏବଂ ଦିଶାହୀନ ହୋଇଯାଇଥିବାରୁ ଦଳ ପ୍ରତି ସେମାନଙ୍କ ଆସ୍ଥା ତୁଟି ଯାଇଥିବା ଦଳ ଛାଡି ବିଜେଡିରେ ମିଶିଥିବା ପୁରୁଖା ନେତା କହିଛନ୍ତି । ସେପଟେ ବିଜୁ ଜନତା ଦଳ ଆଦର୍ଶରେ ଅନୁପ୍ରାଣୀତ ହୋଇ ଯେଉଁ ମାନେ ବିଜେଡିରେ ମିଶିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସ୍ବାଗତ କରାଯିବ ବୋଲି ଅରୁଣ ସାହୁ କହିଛନ୍ତି । ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ମିଶିବା ପରେ ଦଳର ଭୋଟ ବଢିବ ଏବଂ ଦଳ ଆହୁରି ସୁଦୃଢ ହେବ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.