ମରିବା ପରେ ମଧ୍ୟ ଅପରାଧୀ ବିକାଶ ଦୁବେ ନାଁରେ ଲୋକଙ୍କୁ ମିଳୁଛି ଧମକ, ୧୦୦ରୁ ଅଧିକ ଅଭିଯୋଗ

Published By : Prameya-News7 Bureau | September 05, 2020 IST

କାନପୁର ୦୫/୦୯ : ଉତ୍ତର ପ୍ରଦେଶ କାନପୁରର ଅପରାଧୀ ବିକାଶ ଦୁବେକୁ ପୋଲିସ ଏନକାଉଣ୍ଟର କରିଥିଲା | କିନ୍ତୁ ଏବେ ବି ବିକାଶ ଦୁବେ ନାଁରେ କିଛି ଗୁଣ୍ଡା କାନପୁର ଵିକରୁ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଧମକ ଦେଉଛନ୍ତି | ଏହିଭଳି ୧୦୦ ରୁ ଅଧିକ ଅଭିଯୋଗ ଡ଼ିଆଇଜିକୁ ମିଳିଛି | ସେ ସମସ୍ତ ଅଭିଯୋଗ ପତ୍ରର ଯାଞ୍ଚ ପାଇଁ ସିଓ ସନ୍ତୋଷ ସିଂହଙ୍କୁ ଦାୟିତ୍ୱ ଦେଇଛନ୍ତି | ଡ଼ିଆଇଜି କହିଛନ୍ତି, ଯାଞ୍ଚ ପରେ ଅଭିଯୋଗ ଠିକ ପ୍ରମାଣିତ ହେଲେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇ ଜେଲ ପଠାଇ ଦିଆଯିବ |

ଏ ମାମଲାରେ ବ୍ରହ୍ମନଗରର ସକ୍ଷମ ଅବସ୍ତି ଏକ ଅଭିଯୋଗ ପତ୍ର ପଠାଇଛନ୍ତି | ସକ୍ଷମ କହିଛନ୍ତି ଯେ ସେ ଲଖନଉ ଏସଆଇଟି ଟିମ ସମ୍ମୁଖରେ ବୟାନ ଦେଇଛନ୍ତି | ବିକାଶ ଦୁବେ ଓ ଜୟ ବାଜପେୟୀର ଗୁଣ୍ଡା ଧମକ ଦେଉଛନ୍ତି | ପୋଲିସ ପାଖକୁ ଏକ ଚକିତ କଲାଭଳି ଅଭିଯୋଗ ପତ୍ର ଆସିଛି | ଏହି ଅଭିଯୋଗ ପତ୍ରରେ କାନପୁର ସହରର ଏକ ହିଷ୍ଟ୍ରୀସିଟର ସମ୍ପର୍କରେ କୁହାଯାଇଛି | ୭ ପୃଷ୍ଠା ବିଶିଷ୍ଟ ଏହି ଅଭିଯୋଗ ପତ୍ରରେ କୁହାଯାଇଛି ଯେ ସେ ବିକାଶ ଦୁବେର ଖାସ ଗୁଣ୍ଡା | ତା ପାଖରେ ବିକାଶ ଦୁବେର ଖଜାନା ରହେ | ଅନେକ ବେନାମୀ ସମ୍ପତ୍ତିର ଟିକିନିଖି ତଥ୍ୟ ରହିଛି | ବିକାଶର କୋଟି କୋଟି ଟଙ୍କାର ଗହଣା ମଧ୍ୟ ତା ପାଖରେ ଅଛି | ଅନେକ ଜିଲ୍ଲାରେ ବିକାଶ ଦୁବେର ଜମି ଅଛି | ପୋଲିସ ତାର ଗୋପନୀୟତା ଯାଞ୍ଚ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.