Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କାଳ ସାଜିଲା କରୋନା : ବାହାଘର ୨ ଦିନ ପରେ ଯୁବକଙ୍କ ମୃତ୍ୟୁ, ମିଠା କାରିଗର, ଫଟୋଗ୍ରାଫର ସମେତ ୧୦୦ ରୁ ଅଧିକ ସଂକ୍ରମିତ

30/06/2020 at 12:00 PM

ପାଟଣା ୩୦/୦୬ : ବିହାରରେ କରୋନା ସଂକ୍ରମଣ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି | ସଂକ୍ରମଣ ସଂଖ୍ୟା ୧୦ ହଜାର ପାର କରିସାରିଛି | ପାଟଣାରେ କରୋନା ଭୟାବହ ରୂପ ନେଇଛି | ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ନିକଟସ୍ଥ ପାଲିଗଞ୍ଜରେ ଏକ ବିବାହ ସମାରୋହରୀ କରୋନା ବିସ୍ଫୋରଣ ହୋଇଛି | ବର୍ତ୍ତମାନ ପାଲିଗଞ୍ଜର ଅନେକ ଗାଁ କରୋନା କବଜାରେ | ପାଲିଗଞ୍ଜରେ ହୋଇଥିବା ବାହାଘରର ୨ ଦିନ ପରେ ନବ ବିବାହିତ ଯୁବକର ମୃତ୍ୟୁ ହୋଇଛି | ବିବାହକୁ ପାଖାପାଖି ୧୫ ଦିନ ବିତି ସାରିଛି | କିନ୍ତୁ ୧୫ ଦିନ ପରେ ଏବେ ମଧ୍ୟ ଲୋକେ କରୋନା ସଂକ୍ରମଣର ଶିକାର ହେଉଛନ୍ତି | ଏବେ ସୁଦ୍ଧା ୧୦୦ ରୁ ଅଧିକ ଅତିଥିଙ୍କ କରୋନା ପଜିଟିଭ ରିପୋର୍ଟ ସାମ୍ନାକୁ ଆସିଛି | 

ମାମଲାରେ ପାଖାପାଖି ୩୦୦ ଜଣଙ୍କ ନମୁନା ପ୍ରଥମ ୩-୪ ଦିନ ଭିତରେ ଯାଞ୍ଚ କରାଯାଇଥିଲା | ଏଥିରେ ବରଯାତ୍ରୀ ଯାଇଥିବା ଏବଂ ବାହାଘରରେ ଉପସ୍ଥିତ ଅତିଥି ସାମିଲ ଥିଲେ | ମିଠା କାରିଗର, ଫଟୋଗ୍ରାଫର, ପରିବା ବିକ୍ରେତା ସମସ୍ତେ ସାମିଲ ଅଛନ୍ତି | ଯାଞ୍ଚ ରିପୋର୍ଟ ଆସିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି | ପୋଲିସ ପ୍ରଶାସନ ଛଡା ମେଡିକାଲ ଟିମ ମଧ୍ୟ ଆଲର୍ଟ ଅଛନ୍ତି |

ପାଲିଗଞ୍ଜ ବିଡ଼ିଓ ଚିରଞ୍ଜିବୀ ପାଣ୍ଡେଙ୍କ ଦ୍ୱାରା ପ୍ରଭାବିତ ଅଞ୍ଚଳ ସିଲ କରିଦିଆଯାଇଛି | ତା’ଛଡା ବିନା କାମରେ ବାହାରକୁ ନ ବାହାରିବା ପାଇଁ ମାଇକ ଯୋଗେ ଲୋକଙ୍କୁ ଅପିଲ କରାଯାଉଛି |

ଅଧିକାରୀଙ୍କ କହିବାନୁଯାୟୀ, ଜୁନ ୧୫ ତାରିଖରେ ଦିହପାଲି ଗାଁର ଜଣେ ଯୁବକଙ୍କ ବାହାଘର ହୋଇଥିଲା | ଯୁବକ ଜଣକ ଦିଲ୍ଲୀରୁ ନିଜ କାରରେ ଆସିଥିଲେ | ଯୁବକ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଥିଲେ | ସେ ଯେତେବେଳେ ଘରକୁ ଆସିଥିଲେ ସେତେବେଳେ ବିହାରର କ୍ଵାରେଣ୍ଟାଇନ ସେଣ୍ଟର ବନ୍ଦ ହୋଇସାରିଥିଲା | ସେଥିପାଇଁ ତାଙ୍କୁ ହୋମ କ୍ଵାରେଣ୍ଟାଇନ କରାଯାଇଥିଲା |

ଜୁନ ୧୫ ତାରିଖରେ ଯୁବକଙ୍କ ବାହାଘର ହୋଇଥିଲା | ଜୁନ ୧୭ ତାରିଖରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା | ତାଙ୍କୁ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା | ପରେ ତାଙ୍କୁ ପାଟଣାକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ଯୁବକଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଟିମ ମାମଲାର ତଦନ୍ତ ଆରମ୍ଭ କରିଥିଲେ ଏବଂ ମୃତକଙ୍କ ପରିବାର ସମେତ ପାଖାପାଖି ୧୨୫ ଜଣଙ୍କ ନମୁନା ସଂଗ୍ରହ କରିଥିଲେ |

ସୋମବାର ଦିନ ଆସିଥିବ କରୋନା ରିପୋର୍ଟରେ ତେଜରାତି ଦୋକାନୀ, ପରିବା ବିକାଳୀ, ମିଠା କାରିଗର, ପଂଚାୟତ ସମିତି ସଦସ୍ୟଙ୍କ ସ୍ୱାମୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ଗାଁର ଆଉ ଜଣେ ଯୁବକ ଯିଏ ନବ ବିବାହିତ ଯୁବକଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସେ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ସଂକ୍ରମଣର ଏତେ ବଡ ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ସେହି ଅଞ୍ଚଳରେ ବାହାଘର ହେଉଛି ଏବଂ ବହୁ ସଂଖ୍ୟାରେ ଲୋକ ବାହାଘର ସମାରୋହରେ ଯୋଗ ଦେଉଛନ୍ତି |

   Related Posts