କରୋନାକୁ ଚେକ ନାହିଁ ବ୍ରେକ ଲାଗୁନି : ୨୪ ଘଣ୍ଟାରେ ସାରା ଦେଶରେ ୧୦୦ ରୁ ଅଧିକ ମୃତ, ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ଛୁଇଁଲା

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫/୦୫ : ଭାରତରେ କରୋନାର ପ୍ରକୋପ ଜାରି। ଦିନକୁ ଦେଶରେ ବଢିଚାଲିଛି ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ  କରୋନା ମହାମାରୀରେ  ୧୦୦ ଜଣଙ୍କର  ମୃତ୍ୟୁ ହୋଇଛି। ଏଥିସହିତ କରୋନା ଆକ୍ରାନ୍ତରେ  ମୃତ୍ୟୁ ସଂଖ୍ୟା ୨୬୪୯ ଛୁଇଁଛି। ଏପଟେ ଗତ ୨୪ ଘଣ୍ଟାରେ ଦେଶରେ ଆହୁରି ୩୯୬୭ ନୂଆ ରୋଗୀ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୯୭୦କୁ ବୃଦ୍ଧି ପାଇଛି। ଏଯାଏ ୨୭ ହଜାର ୯୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ମହାମାରୀରେ ନେଇ ଦେଶରେ ମହାରାଷ୍ଟ୍ରର ସ୍ଥିତି ସବୁଠୁ ସାଂଘାତିକ ରହିଛି।

ରାଜ୍ୟରେ ମହାମାରୀରେ ମୃତ୍ୟୁସଂଖ୍ୟା ଏକ ହଜାର ପାର୍ କରିଛି।  ରାଜ୍ୟରେ ଏଯାଏ ମୋଟ ୨୭ ହଜାର ୫୨୪ ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବାବେଳେ  ୬ ହଜାର ୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ର ପରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ତାମିଲନାଡୁ। ତାମିଲନାଡୁରେ ଏଯାଏ ମୋଟ ୯ ହଜାର ୬୭୪ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ୨୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁଜରାଟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୫୯୧କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ସଂଖ୍ୟା ୫୮୬ ଛୁଇଁଛି।୨୭୫୩ ଜଣ ଆରୋଗ୍ୟ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଆହୁରି ୪୨୫ ନୂଆ ରୋଗୀ ଚିହ୍ନଟ ହେବାପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର୮୯୫କୁ ବୃଦ୍ଧି ପାଇଛି। ୫୨୫୪ ଜଣ ଚିକିତ୍ସଧୀନ ରହିଛନ୍ତି। ଏଯାଏ ମହାମାରୀରୁ ୩୫୧୮ ଜଣ  ଡସଚାର୍ଜ ହୋଇଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.