Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଖଣିରେ ଭୂସ୍ଖଳନ ହୋଇ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ : ଉଦ୍ଧାର କାର୍ଯ୍ୟ ଜାରି

2/07/2020 at 4:20 PM

ରେଙ୍ଗୁନ୍ ୨/୭: ମିୟାଁମାରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜେଡ ମାଇନରେ ଭୂସ୍ଖଳନ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ମିଆଁମାରରେ ଭୂସ୍ଖଳନ ପରେ ଅତି କମରେ ୧୦୦ଜେଡ ଶ୍ରମିକଙ୍କ ଶବକୁ ଗୁରୁବାର ଭୂସ୍ଖଳନ ପରେ ବାହାରକୁ କଢ଼ା ଯାଇଥିଲା।

କାଚିନ ରାଜ୍ୟରେ ଚୀନି ସୀମା ନିକଟରେ ପ୍ରବଳ ବର୍ଷା ପରେ ଘଟିଥିବା ଘଟଣାକୁ ନେଇ ମିଆଁମାର ଫାୟର ସର୍ଭିସେସ ଡିପାର୍ଟମେଣ୍ଟ କହିଛି ଯେ କାଚିନ ରାଜ୍ୟର ଜେଡ ସମୃଦ୍ଧ ହାପକାନ୍ତ ଅଞ୍ଚଳରେ ଶ୍ରମିକ ପଥର ଜମା କରୁଥିଲେ। ଯାହା ଫଳରେ ଖଣି ଖସିଯିବା କାରଣରୁ ହୋଇଥିବା ଭୂସ୍ଖଳନରେ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ମୋଟ ୧୧୩ଜଣଙ୍କ ଶବ ବାହାର କରାଯାଇଛି।

ଉଦ୍ଧାରକାରୀଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ଯାହା ପରେ କାଦୁଅର ଜୁଆର ମାଡ଼ି ଆସିଥିଲା ଏବଂ ଏହା ତଳେ ପଥର ଜମା କରୁଥିବା ଲୋକ ଚାପି ହୋଇଯାଇଥିଲେ। ଏଠାରେ ଏପରି ଦୁର୍ଘଟଣା ପ୍ରାୟତଃ ସବୁବେଳେ ଘଟିଥାଏ।

 ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସେ କାଦୁଅ ଜୁଆରର ଫଟୋ ଉଠାଇବାବେଳେ ଲୋକେ ଚିତ୍କାର କରି ଦୌଡ଼ିବାକୁ ଲାଗିଥିଲେ। ଗୋଟିଏ ମିନିଟ୍ ମଧ୍ୟରେ ସବୁ ଏହା ତଳେ ଚାପି ହୋଇଯାଇଥିଲେ। ସେଠାରେ କାଦୁଅ ତଳେ ଫସି ରହିଥିବା ଲୋକେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ କିନ୍ତୁ କେହି ତାଙ୍କ ସାହାଯ୍ୟ କରି ପାରୁନଥିଲେ।

ଘଟଣା ପରେ ଏବେ ବି କେତେକ ଶ୍ରମିକ ଏଥିରେ ଚାପି ହୋଇ ରହିବାର ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଶବଗୁଡ଼ିକୁ ବାହାର କରୁଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

   Related Posts