Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମାଟି ତଳୁ ମିଳିଲା ଶତାଧିକ ମୃତଦେହ : ରାସ୍ତା ତିଆରି ବେଳେ ଉଦ୍ଧାର କଙ୍କାଳ କହିଲା ଇତିହାସର ଏକ ଭୟଙ୍କର ଅଧ୍ୟାୟର କଥା

1/07/2020 at 3:05 PM

ହଜାର ବର୍ଷ ପୂର୍ବରୁ ମଧ୍ୟ ପୃଥିବୀରେ ଅନେକ ସଭ୍ୟତା ଏପରି ଥିଲେ ଯେଉଁମାନେ ପରମ୍ପରା ଅନୁସାରେ ଜୀବନ ଜିଉଁଥିଲେ,ଏହା ସହିତ ମୃତ୍ୟୁ ହେଲେ ସେମାନଙ୍କ ଅନ୍ତିମ ସଂସ୍କାର ମଧ୍ୟ ଭିନ୍ନ ଉପାୟରେ କରାଯାଉଥିଲା। ଏପରି ଏକ ମାମଲା ନିକଟରେ ପୋଲାଣ୍ଡରୁ ଆସିଛି। ଏଠାରେ ରାସ୍ତା ନିର୍ମାଣ ପାଇଁ ଗୋଟିଏ ସ୍ଥାନରେ ଖନନ କାର୍ଯ୍ୟ ହେଉଥିଲା। ସେତେବେଳେ ସେଠାରେ ଏପରି କିଛି ଦେଖିବାକୁ ମିଳିଥିଲା ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୟୁରୋପୀୟ ଦେଶ ପୋଲାଣ୍ଡରେ ରାସ୍ତା ନିର୍ମାଣ ପାଇଁ ଖନନ କରାଯାଉଥିଲା।

ରାସ୍ତା ନିର୍ମାଣ ପାଇଁ ଖୋଳାଖୋଳି କରାଯାଉଥିବାବେଳେ ମାଟି ଏବଂ ପଥର ପରିବର୍ତେ ହଠାତ୍ ଗୋଟିଏ ପରେ ଗୋଟିଏ ନରକଙ୍କାଳ ବାହାରିବାକୁ ଲାଗିଥିଲା। ଏହା ପରେ ସେଠାରେ କାମ କରୁଥିବା ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଏହି ସମୟରେ ମାଟିରୁ ଶ୍ରମିକଙ୍କୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୧୧୫ ନର କଙ୍କାଳ ମିଳିଛି।

କୁହାଯାଉଛି ଯେ ଯେଉଁ ସ୍ଥାନରେ ରାସ୍ତା ନିର୍ମାଣ କାମ ଚାଲୁଛି ତାହା ଏକ ଜଙ୍ଗଲି ଅଞ୍ଚଳ। ଏଠାରୁ ଷୋଡ଼ଶ ଶତାବ୍ଦୀର ଏକ ପ୍ରାଚୀନ କବର ମିଳିଛି। ଏହି ସ୍ଥାନ ଗୁରୁତ୍ବପୂର୍ଣ୍ଣ ସଡ଼କ ପରିଯୋଜନାର ଅଂଶ , ଯାହା ଗ୍ରିସରୁ ଲିଥୁଆନିଆ ଯାଏଁ ବ୍ୟାପିଛି। ରାସ୍ତା ନିର୍ମାଣ ପାଇଁ ଏବେ କବରକୁ ହଟାଯାଉଛି। ଏହି କବରରୁ ମିଳିଥିବା ଅବଶେଷରେ ଅତି କମରେ ୭୦ପ୍ରତିଶତ କଙ୍କାଳ ଛୋଟ ପିଲାଙ୍କର। ଏହା ସହିତ ଏହି ସବୁ କଙ୍କାଳ ଷୋଡ଼ଶ ଶତାବ୍ଦୀର। ଏହି କଙ୍କାଳରେ ସବୁଠୁ ଖାସ୍ କଥା ହେଉଛି ସବୁ କଙ୍କାଳ ମୁହଁରେ ମୁଦ୍ରା ରଖାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଷୋଡ଼ଶ ଶତାବ୍ଦୀରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଟି​‌ରେ ମୁଦ୍ରା ରଖାଯାଉଥିଲା। ଏହି କଙ୍କାଳଗୁଡ଼ିକୁ ଅତ୍ୟନ୍ତ ସାବଧାନତା ସହକାରେ ପୋତା ଯାଇଥିଲା।

   Related Posts