Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନା ପ୍ରକୋପ: କେଦାରନାଥ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀର ୧୦ ଲକ୍ଷରୁ ଅଧିକ ବୁକିଙ୍ଗ୍ କ୍ୟାନସେଲ୍

21/04/2021 at 3:04 PM

ନୂଆଦିଲ୍ଲୀ ୨୧/୦୪ : ବିଶ୍ୱ ମହାମାରୀ କରୋନାର ପୁଣିଥରେ ପ୍ରଭାବ ପଡ଼ିଲାଣି। ଗଢ଼ଵାଲ ମଣ୍ଡଳ ବିକାଶ ନିଗମ (ଜିଏମବିଏନ) ହୋମ ଷ୍ଟେ, ହଟ, କଟେଜ, ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସମସ୍ତ ବୁକିଂ ରଦ୍ଦ ହେବାରେ ଲାଗିଛି। ଗତ ଗୋଟିଏ ସପ୍ତାହରେ କେଦାରନାଥ ସମେତ ପର୍ଯ୍ୟଟକ ସ୍ଥଳ ଚୋପତା ସହ ଜଡିତ ୧୦ ଲକ୍ଷରୁ ଅଧିକ ବୁକିଂ ରଦ୍ଦ ହୋଇଛି। ଯେଉଁଥିପାଇଁ ବ୍ୟବସାୟୀ ଚିନ୍ତିତ।

ମେ’୧୪ ତାରିଖ ଅକ୍ଷୟ ତୃତୀୟା ତିଥିରେ ଯମୁନେତ୍ରୀ ଧାମ ଓ ୧୫ ତାରିଖରେ ଗଙ୍ଗୋତ୍ରୀ ଧାମ କବାଟ ଖୋଲିବା ସହ ଚାରଧାମ ଯାତ୍ରା ଶୁଭାରମ୍ଭ ହେବ। ମେ’ ୧୭ ତାରିଖରେ କେଦାରନାଥ ଓ ୧୮ ତାରିଖରେ ବଦ୍ରୀନାଥ ଧାମ ଯାତ୍ରା ଆରମ୍ଭ ହେବ। ଏଥର ସ୍ଥାନୀୟ ଲୋକଙ୍କ ସହ ବ୍ୟବସାୟୀ ମଧ୍ୟ ବୃହତ ଯାତ୍ରା ସଞ୍ଚାଳନ ଆଶା କରିଥିଲେ। କେଦାରଘାଟି ସମେତ ଅନ୍ୟ ତୀର୍ଥ କ୍ଷେତ୍ରମାନଙ୍କରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା। କିନ୍ତୁ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁଁ ସବୁ ଆଶା ପାଣି ଫୋଟକା ଭଳି ଉଭେଇଗଲା। ଗଢ଼ଵାଲ ମଣ୍ଡଳ ବିକାଶ ନିଗମକୁ ଗତ ଗୋଟିଏ ସପ୍ତାହରେ ମିଳିଥିଲା ୩ କୋଟି ବୁକିଂ ମଧ୍ୟରୁ ୮ ଲକ୍ଷ ବୁକିଂ ରଦ୍ଦ କରିସାରିଛି।

କେଦାରଘାଟି, ତୁଙ୍ଗନାଥ ଘାଟି ଓ ମଦ୍ଦେଶ୍ୱରୀ ଘାଟିରେ ହୋମ ଷ୍ଟେ ସଞ୍ଚାଳକର ପ୍ରାୟ ୨ ଲକ୍ଷ ବୁକିଂ ମଧ୍ୟ ରଦ୍ଦ ହୋଇଛି। ରଦ୍ଦ ହୋଇଥିବା ବୁକିଂରେ ମେ’ ୧୭ ରୁ ୨୫ ତାରିଖ ମଧ୍ୟରେ ୫୦୦ ରୁମ, କଟେଜ ଓ ଧ୍ୟାନ ଗୁମ୍ଫା ବୁକିଂ ସାମିଲ ଅଛି। ଏହାସହ ପ୍ରତିଦିନ କାର୍ଯ୍ୟାଳୟକୁ ୧୫ ରୁ ୨୦ ମେଲ ମଧ୍ୟ ଆସୁଛି ଯେଉଁଥିରେ ବୁକିଂ ଆଗକୁ ବଢାଇବାକୁ କୁହାଯାଉଛି। ଜିଏମବିଏନ ଅଧିକାରୀ କହିଛନ୍ତି ଯେଉଁ ସ୍ଥିତି ରହିଛି ଏମିତିରେ ଯେଉଁମାନେ ବୁକିଂ ରଦ୍ଦ କରିଛନ୍ତି ସେମାନଙ୍କର ପୁଣି ବୁକିଂ କରିବା ମୁସକିଲ।

ଉଖିମଠ କିମାଣା ଗାଁରେ ହୋମ ଷ୍ଟେ ସଞ୍ଚାଳନ କରୁଥିବା ଡ.କୈଳାସ ପୁଷ୍ପବାଣ କହିଛନ୍ତି ଯେ ଏପ୍ରିଲ ପାଇଁ ତାଙ୍କ ପାଖରେ ଦିଲ୍ଲୀ, ବେଙ୍ଗାଲୁରୁ, ଗୁଜରାଟ, ମଧ୍ୟପ୍ରଦେଶର ୧୦ରୁ ଅଧିକ ବୁକିଂ ଥିଲା | କିନ୍ତୁ ଏସବୁ ରଦ୍ଦ ହୋଇଯାଇଛି। ମେ’, ଜୁନ ପାଇଁ ଭଲ ବୁକିଂ ଆସିଥିଲା କିନ୍ତୁ ପର୍ଯ୍ୟଟକ ସବୁ ବୁକିଂ ରଦ୍ଦ କରିଛନ୍ତି। ଏହିଭଳି ସ୍ଥିତିରେ ହୋମ ଷ୍ଟେ, କଟେଜ ଓ ରେଷ୍ଟୁରାଣ୍ଟ ଆଦିରେ କାମ କରୁଥିବା କର୍ମଚାରୀଙ୍କ ଦରମା ଦେବା ବି ମୁସକିଲ।

ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଛି। ଗୋଟିଏ ସପ୍ତାହରେ ୧୦ ଲକ୍ଷ ବୁକିଂ ହୋଇଥିଲା ତାହା ରଦ୍ଦ ହୋଇଯାଇଛି। ଏହିଭଳି ସ୍ଥିତି ରହିଲେ ଆଗାମୀ ଦିନରେ ଅନ୍ୟସବୁ ବୁକିଂ ମଧ୍ୟ ରଦ୍ଦ ହେବେର ସମ୍ଭାବନା ଅଛି ବୋଲି କହିଛନ୍ତି ଗୌରୀକୁଣ୍ଡ ବ୍ୟବସାୟ ସଂଘର ଅଧ୍ୟକ୍ଷ। ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ଶୁଭ ନୁହେଁ ବୋଲି ସେ କହିଛନ୍ତି।

   Related Posts