Covid-19 ମହାମାରୀ: ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହେବେ ବିଶ୍ୱର ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକେ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୯।୯: ନଭେଲ କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତବର୍ଷ ବିଶ୍ୱର ବିଭିନ୍ନ ଦେଶରେ ୭ରୁ ୧୦ କୋଟି ଲୋକେ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବେ। ଏହା କହିଛନ୍ତି ଚୀନ୍‌ସ୍ଥିତ ଜାତିସଂଖ ଖାଦ୍ୟ କାର୍ଯ୍ୟକ୍ରମ (ୟୁଏନଏଫପି) ଉପାଧ୍ୟକ୍ଷ ମହା ଅହମ୍ମଦ । ୟୁଏନଏଫପି ଏବେ ବିଶ୍ୱର ୧୦କୋଟି ଲୋକଙ୍କ ଖାଦ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ସଂସାଧନ ସଂଗ୍ରହ କରିପାରୁଛନ୍ତି। ତେବେ କୋଭିଡ ଯୋଗୁ ଏବେ ଅତିରିକ୍ତ ଚାପ ପଡିପାରେ ବୋଲି ଉପାଧ୍ୟକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି।

{"id":327230,"sizeSlug":"large"}

ଚୀନ୍‌ ହନାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପାଧ୍ୟକ୍ଷ କହିଛନ୍ତି ଯେ ମହାମାରୀ ପୂର୍ବରୁ ୭୯ଟି ଦେଶ ଗୁରୁତର ଖାଦ୍ୟ ଅସୁରକ୍ଷାର ଶିକାର ହୋଇଥିଲେ। ଏହି ସବୁ ଦେଶରେ ୧୪.୭କୋଟି ଲୋକେ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ଏବେ କୋଭିଡ-୧୯ ଯୋଗୁ ଏପରି ଲୋକଙ୍କ ସଂଖ୍ୟା ୨୭ କୋଟିକୁ ଛୁଇଁପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଚନ୍ତି।

{"id":327232,"width":577,"height":391,"sizeSlug":"large"}

କରୋନା ଭାଇରସ ମହାମାରୀ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ଦେଶଙ୍କ ପରିସ୍ଥିତିକୁ ଅଧିକ ଜଟିଳ କରିବ। ଏଣୁ ଲୋକେ କାମ ଧନ୍ଦା ହରାଇ ଗୁରୁତର ଖାଦ୍ୟ ସଂକଟର ସମ୍ମୁଖୀନ ହେବୋ ବୋଲି ଅହମ୍ମଦ ଆଶଙ୍କା ପ୍ରକାଶ କରିଛନ୍ତି। ୟୁଏନଏଫପି ସାମାଜିକ ସୁରକ୍ଷା, ଅପପୃଷ୍ଟିର ସୁଧାର ଓ ଖାଦ୍ୟ ପ୍ରଣାଳୀ ସମର୍ଥ ଆଦି ମାଧ୍ୟମରେ ଦୁର୍ବଳ ବର୍ଗଙ୍କ ସହାୟତା ଲାଗି କାର୍ଯ୍ୟ କରୁଛନ୍ତି। ତେବେ ଅତିରିକ୍ତ ସଂସାଧନ ସଂଗ୍ରହ ଏବେ ୟୁଏନଏଫପି ଲାଗି ମଧ୍ୟ ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.