Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କରୋନା ଯୋଗୁ ଥାଇଲ୍ୟାଣ୍ଡରେ ମରିବେ ୧ହଜାରରୁ ଅଧିକ ପୋଷା ହାତୀ

19/04/2020 at 3:21 PM

ବ୍ୟାଙ୍କକକ୍: କରୋନା ସଂକ୍ରମଣ ଯୋଗୁ ଥାଇ ପର୍ଯ୍ୟଟନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ଦେଶକୁ ପର୍ଯ୍ୟଟକ ଆସୁନଥିବା ବେଳେ ଉଦ୍ୟୋଗ ଉପରେ ଭରସା କରୁଥିବା ଶହଶହ  ପୋଷା ହାତୀ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। କରୋନା ଲକଡାଉନ୍‌ ଯୋଗୁ ମାହୁନ୍ତମାନେ ହାତୀଙ୍କୁ ଏଠିସେଠି ବାନ୍ଧି ପଳାଇଥିବା ବେଳେ ସେମାନେ ଏବେ ଡହଳ ବିକଳ ହେଉଛନ୍ତି।

ହାତୀଙ୍କ ଆକର୍ଷଣ ଯୋଗୁ ବିଶ୍ୱର ହଜାର ହଜାର ପର୍ଯ୍ୟଟଙ୍କୁ ପ୍ରତିବର୍ଷ ଏହି ଦକ୍ଷିଣ ଏସିୟ ଦେଶକୁ ବୁଲିଆସିଥାନ୍ତି।  ହେଲେ କରୋନା ସଂକ୍ରମଣ ପରଠାରୁ ପର୍ଯ୍ୟଟନ ଶିଳ୍ପରେ ତାଲା ଲାଗି ଯାଇଥିବା ବେଳେ ବିଶାଳକାୟ ପ୍ରାଣୀଙ୍କ ଖାଦ୍ୟପେୟ ପ୍ରତି କାହାର ହେଲେ ଧ୍ୟାନ ନାହିଁ। ଏପର୍ଯ୍ୟନ୍ତ ହାତୀଙ୍କୁ ନେଇ ବ୍ୟବସାୟ କରୁଥିବା ଲୋକେ ଅର୍ଥାଭାବ ଯୋଗୁ ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା ବି କରୁନାହାନ୍ତି। ଗୋଟିଏ ଗୋଟିଏ ହାତୀଙ୍କ ଖାଦ୍ୟ ବାବଦକୁ ମାସିକ ୭୫୦ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ ଆସିଥାଏ। ତେବେ କରୋନା ଜନିତ ପରିସ୍ଥିତିରେ ଲୋକେ ନିଜ ପାଇଁ ଖାଦ୍ୟ ଜୁଟାଇ ପାରୁନଥିବା ବେଳେ ହାତୀଙ୍କ ଲାଗି କରିବେ ବି କଣ?

ଥାଇଲ୍ୟାଣ୍ଡ ଫୁକେଟରେ ରହିଛି  ବିସ୍ତୃତ ହସ୍ତି ଅଭୟାରଣ୍ୟ। ପ୍ରତିବର୍, ହଜାର ହଜାର ବିଦେଶୀ ପର୍ଯ୍ୟଟକ ଅଭୟାରଣ୍ୟ ପରିଦର୍ଶନରେ ଆସିଥାନ୍ତି। ଏଥିରୁ ବେଶ ରାଜସ୍ୱ ଆୟ ମଧ୍ୟ ହୋଇଥାଏ। ହେଲେ ଚଳିତବର୍ଷ କଥା ଭିନ୍ନ। କରୋନା ଯୋଗୁ ପର୍ଯ୍ୟଟକ ଆସୁନଥିବା ବେଳେ ଦେଶରେ ସଂକ୍ରମଣ ଭୟରେ ସଟଡାଉନ ଜାରି ରହିଛି। ଫଳରେ ନିର୍ବାକ ପ୍ରାଣୀଙ୍କ ଜୀବନ ଏବେ ବିପଦରେ ପଡି ଯାଇଛି। ଏବେ ଏପରି ଆଶଙ୍କା କରାଯାଉଛି ଯେପରି ମଣିଷ ପରେ ଏଠାରେ ହାତୀ କରୋନାର ଦ୍ୱିତୀୟ ଶିକାର ହୋଇପାରନ୍ତି।

   Related Posts