Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆମେରିକାରେ ୮୦ ହଜାର ନୂହେଁ, ଦେଢ ଲକ୍ଷରୁ ଅଧିକ ଜୀବନ ନେଇଛି କରୋନା ! ସରକାରୀ ତଥ୍ୟ ଉପରେ ପ୍ରଶ୍ନ କଲେ ଟେକ୍ସାସ୍ ୟୁନିଭର୍ସିଟି ପ୍ରଫେସର

11/05/2020 at 4:24 PM

ଓ୍ୱାଶିଂଟନ, ୧୧|୦୫ :  ଆମେରିକାରେ କରୋନା ଭାଇରସ ୮୦ ହଜାର ନୁହେଁ ଦେଢ ଲକ୍ଷରୁ ଅଧିକ ଜୀବନ ନେଇଛି । ପ୍ରକୃତ ସଂଖ୍ୟା ସରକାରୀ ଭାବେ ଦ୍ୱିଗୁଣା । ୟୁନିଭର୍ସିଟି ଅଫ୍ ଟେକ୍ସାସର ସୋସିଓଲୋଜି ପ୍ରଫେସର ମାର୍କ ହେୟଓ୍ୱାଡ୍ ଆମେରିକାର ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲକୁ ମୃତ୍ୟୁଦର ବାବଦରେ ପରାମର୍ଶ ଦେଇଛନ୍ତି । ସେ ନିଜେ ସରକାରୀ ତଥ୍ୟ ଉପରେ ପ୍ରଶ୍ନ କରିଛନ୍ତି ।

ପ୍ରଫେସର ମାର୍କ୍ ଦି ଇଣ୍ଡିପେଣ୍ଡେଣ୍ଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ,  ଆମେରିକାରେ କରୋନା ଭାଇରସ ପାଇଁ ପ୍ରାୟ ଲକ୍ଷେ ୬୦ ହଜାର ଲୋକ ପ୍ରାଣ ହରାଇଥାଇ ପାରନ୍ତି । ଏହି ସଂଖ୍ୟା ସରକାରୀ ସଂଖ୍ୟାରୁ ଅଧିକ । ସରକାର ୮୦ହଜାର ୩୦୮ ମୃତକଙ୍କ ବାବଦରେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, କରୋନା ମୃତକଙ୍କ ସଠିକ ତଥ୍ୟ ଉପରେ ନଜର ରଖିବା କ,୍ଟକର । କିନ୍ତୁ ସେ କରୋନା ସଂକ୍ରମିତଙ୍କ ମାମଲା ବିଳମ୍ବରେ ଆସୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ପ୍ରମାଣ ରହିଛି ଯେଉଁଠି ହଜାର ହଜାର ଲୋକ ଚିକିତ୍ସା ସୁବିଧା ପାଇ ପାରିନାହାଁନ୍ତି । କାରଣ ସେମାନେ କରୋନାରେ ସଂକ୍ରମିତ ହୋଇଯିବେ ଭାବି ଭୟ କରୁଛନ୍ତି ।

ବିଶେଷଜ୍ଞମାନେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଏଥିପାଇଁ ପ୍ରଶ୍ନ ଉଠାଉଛନ୍ତି କାରଣ ଏଠାରେ କମ୍ ଟେଷ୍ଟିଂ ହେବା ସହ ମାମଲାର ରିପୋର୍ଟିଂ ପ୍ୟାଟର୍ଣ୍ଣ ମଧ୍ୟ ଭିନ୍ନ ଅଟେ ।

ସରକାରୀ ତଥ୍ୟାନୁସାରେ, ଆମେରିକାରେ ପ୍ରାୟ ୧୩ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ବିଶ୍ୱର ଅନ୍ୟ ସଂକ୍ରମିତ ଦେଶ ତୁଳନାରେ ଅଧିକ । ସାରା ବିଶ୍ୱରେ ୪୧ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ।

   Related Posts