Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦିଲ୍ଲୀରେ ୧କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ,ଭୁବନେଶ୍ଵର ସମେତ ପ୍ରମୁଖ ମହାନଗରର ଲୋକ ବି କମ୍ ଦିନ ଭିତରେ ହେବେ ଆକ୍ରାନ୍ତ

17/03/2019 at 8:32 PM

ଭୁବନେଶ୍ଵର ୧୭/୩- ବ୍ୟସ୍ତବହୁଳ ଜୀବନ ଭିତରେ ଲୋକ ପଇସା ସହିତ ରୋଗ ବି କରୁଛି ଉପାର୍ଜନ । ମଣିଷ ପଇସା ପଛରେ ଯେମିତି ଗୋଡ଼ଉଛି, ରୋଗ ବି ମଣିଷ ପଛରେ ସେମିତି ଗୋଡ଼ଉଛି । ମଣିଷ ଯେତେ ଜ୍ଞାନବିଜ୍ଞାନରେ ଆଧୁନିକ ହେଲେ ବି ସେତେ ପ୍ରକାର ସମାସ୍ୟା ଆଜି ସାମ୍ନାରେ ଉଭା ହୋଇଛି । ପ୍ରମୁଖ ମହାନଗର ପାଇଁ ଆଜିକାଲି ବିଭିନ୍ନ ରୋଗର ପ୍ରାର୍ଦୁଭାବ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି । ଏକ ସର୍ଭେରୁ ଜଣାଯାଇଛି ଦିଲ୍ଲୀ ମହାନଗରରେ ଏବେ ୧କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ । କେବଳ ଦିଲ୍ଲୀ କାହିଁକି ଆଗକୁ ସବୁ ସହରବାସୀ ଏହି ରୋଗରେ ହେବେ ଆକ୍ରାନ୍ତ । ବେଳ ଥାଉ ଯଦି ଆମେ ସାବଧାନ ହୋଇ ନ ପାରିବା , ଆମେ ବି ଏହି ରୋଗରେ ହେବା ସମ୍ମୁଖୀନ ।

ମଣିଷ କର୍ମକ୍ଳାନ୍ତ ଜୀବନରେ ନିଦ୍ରା ହେଉଛି ମୁଖ୍ୟ ଔଷଧି ।ଯଦି ନିଦ୍ରାହୀନତାରେ ଶିକାର ହେଲେ ତାହେଲେ ମାଡ଼ିବସିବ ବିଭିନ୍ନ ରୋଗ । ମଣିଷ ଯେତେ ପରିଶ୍ରମ କରୁନା କାହିଁକି ଯଦି ଠିକଭାବରେ ବିଶ୍ରାମ ନେଉଥିବ ତାହେଲେ ରୋଗରେ ଆକ୍ରାନ୍ତ ହେବା କମ୍ ରହିବ ।ବର୍ତ୍ତମାନ ନିଦ୍ରାହୀନତା ରୋଗ ମଣିଷ ପାଇଁ ଭୟଙ୍କର ସମାସ୍ୟା ପାଲଟିଯାଇଛି । ଏହି ରୋଗରେ ଆଜି ଦେଶର ରାଜଧାନୀ ଦିଲ୍ଲୀରେ ୧କୋଟିରୁ ଅଧିକ ଲୋକ ଆକ୍ରାନ୍ତ । ଜାଣିବା ଆସନ୍ତୁ କଣ ରହିଛି ଏହାର କାରଣ ଓ ନିରାକରଣ ।

ଦିଲ୍ଲୀରେ ପ୍ରାୟ ୧ହଜାର ଲୋକଙ୍କୁ ନେଇ କରାଯାଇଥିଲା ଗବେଷଣା । ଏହି ଏକ ହଜାର ଲୋକଙ୍କ ଭିତରୁ ନିଦ୍ରାହୀନତାରେ ୪୪ ପ୍ରତିଶତ ମହିଳା ଓ ୫୭ ପ୍ରତିଶତ ପୁରୁଷ ଅଛନ୍ତି ସାମିଲ । ୨୬ ପ୍ରତିଶତରୁ ଅଧିକ ଲୋକ ପ୍ରତ୍ୟେକ୍ଷଭାବେ ନିଦ୍ରାହୀନତାରେ ଜଡ଼ିତ ।

ଏହି ପରିସଂଖ୍ୟାନ ରିପୋର୍ଟରୁ ଦିଲ୍ଲୀରେ ବାସ କରୁଥିବା ୨କୋଟିରୁ ଉର୍ଦ୍ଧଲୋକଙ୍କ ଭିତରୁ ୧ କୋଟି ଏହି ରୋଗରେ ଆକ୍ରାନ୍ତ । ନିଦ୍ରାହୀନତାରେ ଶିକାର ହେଲେ ହାର୍ଟ ଆଟାକ ଠାରୁ ଆରମ୍ଭ କରି ବିଭିନ୍ନ ବଡ଼ ବଡ଼ ରୋଗ ହେବାର ସମ୍ଭାବନା ରହିଛି । ଉପଯୁକ୍ତ ସମୟ ନିଦ୍ରା ନ ଗଲେ ସବୁରୋଗ  ସହଜରେ ଆକ୍ରାନ୍ତ କରିଥାଏ ।

ବ୍ୟସ୍ତବହୁଳ ଜୀବନ ଭିତରେ କ୍ଳାନ୍ତି ମେଣ୍ଟାଇବାକୁ ଧୁମ୍ରପାନ, ମଦ୍ୟପାନ ଭଳି କୁଅଭ୍ୟାସରେ ପ୍ରାୟ ଅଧିକାଂଶ ଲୋକ ଅଭ୍ୟାସଗତ ହୋଇଗଲେଣି । ଏହି କାରଣରୁ କାର୍ଡ଼ିଓଲୋଜିକାଲ ସମାସ୍ୟା ଦେଖାଦେବା ଫଳରେ ନିଦ୍ରାହୀନତା ଦେଖାଦେଇଛି । ଏହା ପରବର୍ତ୍ତୀ ସମୟରେ ମଣିଷକୁ ଅକାଳମୃତ୍ୟୁକୁ ଠେଲିଦେବା ପାଇଁ ବାଧ୍ୟ କରିଥାଏ ।

କେବଳ ଦି୍ଲ୍ଲୀ କାହିଁକି ଆଗାମୀ ଦିନରେ ଭୁବନେଶ୍ଵର ସମେତ ସବୁ ମହାନଗରୀରେ ଏହି ରୋଗରେ ଆକ୍ରାନ୍ତ ହେବାକୁ ଯାଉଛନ୍ତି ଅଧିକାଂଶ ଲୋକ ।

ବେଳ ଥାଉ ଥାଉ ଯଦି ଆମେ ସତର୍କ ନରହିବା ନିଶ୍ଚିତ ଆମେ ବି ଏହିରୋଗରେ ହେବା ସମ୍ମୁଖୀନ ।

   Related Posts