Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

COVID-19 ଯୋଗୁ ଉତ୍କଟ ଦାରିଦ୍ର୍ୟକୁ ଚାଲିଯିବେ 1 ବିଲିୟନରୁ ଅଧିକ ଲୋକ: ଗବେଷଣା

12/06/2020 at 5:36 PM

ନ୍ୟୁୟର୍କ :  କୋଭିଡ-୧୯ ମହାମାରୀ ଯୋଗୁ ବିଶ୍ୱରେ ଗରିବଙ୍କ ସଂଖ୍ୟା ୧ ବିଲିୟନରୁ ବି ଅଧିକ ହୋଇପାରେ ଓ ଏଥିରେ କେବଳ ଦକ୍ଷିଣ ଏସିଆରେ ଅତ୍ୟନ୍ତ ଗରିବଙ୍କ ସଂଖ୍ୟା  ୩୯.୫ କୋଟିରେ ପହଞ୍ଚିବ। ଏଥିରୁ ଦକ୍ଷିଣ ଏସିଆ ବିଶ୍ୱରେ ଗରିବଙ୍କ ସବୁଠୁ ବଡ କ୍ଷେତ୍ରରେ ପରିଣତ ହୋଇପାରେ ବୋଲି ଏକ ଗବେଷଣାତ୍ମକ ରିପୋର୍ଟରୁ ଜଣାପଡିଛି।

 କିଙ୍ଗସ୍ କଲେଜ ଲଣ୍ଡନ ଓ ଅଷ୍ଟ୍ରେଲିୟାନ ନ୍ୟାସନାଲ ୟୁନିଭର୍ସିଟିର ଗବେଷକମାନେ ଏପରି ଚାଞ୍ଚଲ୍ୟକର ରିପୋର୍ଟ ପ୍ରଦାନ କରିଛନ୍ତି। ଗବେଷକଙ୍କ  ନିବନ୍ଧ ମିଳିତ ଜାତିସଂଘ ବିଶ୍ୱବିଦ୍ୟାଳୟଙ୍କ ଗ୍ଲୋବାଲ୍ ଡେଭଲପମେଣ୍ଟାଲ୍ ଇକୋନୋମିକ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ମ୍ୟାଗଜିନରେ ପ୍ରକାଶିତ ହୋଇଛି।  ଅଧ୍ୟୟନରୁ ବିକାଶଶୀଳ ଦେଶରେ ମଧ୍ୟମ ଆୟକାରୀ ବର୍ଗଙ୍କ ଦାରିଦ୍ର୍ୟତା ନାଟକୀୟ ଭାବେ ବୃଦ୍ଧିପାଇବ। ଯାହା ବୈଶ୍ୱିକ୍ ଦାରିଦ୍ର୍ୟତାକୁ ବୃଦ୍ଧି କରିବ ବୋଲି ଗବେଷକମାନେ ଆକଳନ କରିଛନ୍ତି। 

ଅଧ୍ୟୟନ ଅନୁସାରେ ଯଦି ଦୈନିକ ୧.୯୦ ଡଲାର ଆୟକୁ ଦାରିଦ୍ର୍ୟତାର ମାପକାଠି ବିଚାର କରାଯାଏ ତେବେ ମହାମାରୀ ଯୋଗୁ ଆୟରେ ୨୦ ପ୍ରତିଶତ ସଙ୍କୋଚନ ହେଲେ ଅତିରିକ୍ତ ୩୯.୫କୋଟି ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀକୁ ଓହ୍ଲାଇଯିବେ।  ଦକ୍ଷିଣ ଏସିଆର ଅଧାରୁ ଅଧିକ ଲୋକେ ଏପରି ପରିସ୍ଥିତିକୁ ଆସିବାକୁ ଥିବା ବେଳେ ଭାରତର ଏକ ବିଶାଳ ଜନସଂଖ୍ୟା ଦାରିଦ୍ର୍ୟତା ମଧ୍ୟକୁ ଠେଲିହୋଇଯିବେ।

ଆଫ୍ରିକାର ସାହାରା ମରୁଭୂମି ଅଞ୍ଚଳରେ ୩୦ ପ୍ରତିଶତ ଅର୍ଥାତ ୧୧.୯ କୋଟି ଲୋକେ ନୂଆକରି ଦାରିଦ୍ର୍ୟତାର ଅଭିଜ୍ଞତା କରିବେ ବୋଲି ରିପୋର୍ଟରେ କୁହାଯାଇଛି। ଏଥିଯୋଗୁ ମଧ୍ୟ ଦକ୍ଷିଣ ଓ ପୂର୍ବ ଏସିଆରେ ଦାରିଦ୍ର୍ୟତା ବଢିବ ବୋଲି ଆକଳନ କରାଯାଇଛି। ଏହି ଅଧ୍ୟୟନ ଯଦି ସତ୍ୟ ହୁଏ ତେବେ ମହାମାରୀ ଯୋଗୁ ଉପୁଜିଥିବା ସଂକଟରେ ବିଶ୍ୱରେ ଗରିବଙ୍କ ସଂଖ୍ୟା ୧ ବିଲିୟନରୁ ବି ଅଧିକ ହେବ।  

   Related Posts