Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ନୂଆବର୍ଷ ସନ୍ଧ୍ୟାରେ ହ୍ବାଟ୍ସଆପରେ ୧୪୦ କୋଟି ଭିଡିଓ ଓ ଭଏସ୍ କଲ, ନୂଆ ରେକର୍ଡ ସୃଷ୍ଟି କଲା ଫେସବୁକ

2/01/2021 at 4:06 PM

ନୂଆଦିଲ୍ଲୀ ୦୨/୦୧ : କରୋନା ମହାମାରୀ ମଧ୍ୟରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ଏହା ସହ ସୋସିଆଲ ମିଡିଆ ଆପ୍ ଫେସବୁକ ସମେତ ଏହାର ଅନ୍ୟ ଆପଗୁଡିକ ପାଇଁ ମଧ୍ୟ ନୂଆବର୍ଷ ସକାରାତ୍ମକ ସାବ୍ୟସ୍ତ ହୋଇଛି । କମ୍ପାନୀର ମେସେଜିଂ ଆପଗୁଡିକ ନୂଆବର୍ଷରେ ତାର ଭଏସ୍ କଲ ଏବଂ ଭିଡିଓ କଲରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ଅର୍ଥାତ ୨୦୧୯ ମସିହା ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ ପ୍ରାୟ ୧.୪ ବିଲିୟନ ଅର୍ଥାତ ୧୪୦ କୋଟି ଥର ଭିଡିଓ କଲ ଓ ଭଏସ୍ କଲ କରାଯାଇଥିବା ସୂଚନା ମିଳିଛି । କରୋନା ମହାମାରି କାରଣରୁ ଅନେକ ଲୋକ ଘରେ ଥିବାରୁ ଅନଲାଇନ ମାଧ୍ୟମରେ ବନ୍ଧୁ, ପରିଜନମାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଥିଲେ ।

ଏହା ସହ ଫେସବୁକରେ ପ୍ରାୟ ୫୫ ମିଲିୟନ ଲାଇଭ୍ ବ୍ରଡକାଷ୍ଟ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ମହାମରି ସମୟରେ ଶିଳ୍ପ ସଂସ୍ଥାଗୁଡିକର ବ୍ୟାପକ କ୍ଷତି ଘଟିଥିବା ବେଳେ ଟେକନୋଲୋଜି ସେକ୍ଟରରେ କିନ୍ତୁ ଏହାର ପ୍ରତିକୂଳ ପ୍ରଭାବ ପଡିଛି । ଅର୍ଥାତ୍ ଲକଡାଉନ ସମୟରେ ଟେକନୋଲୋଜି ସେକ୍ଟରମାନଙ୍କରେ ପ୍ରଚୁର ବ୍ୟବସାୟ ହୋଇଛି । ଭିଡିଓ କଲିଂ ଫିଚରର୍ସ ପୂର୍ବରୁ ଏତେଟା ଲୋକପ୍ରିୟ ନଥିବା ବେଳେ ମହାମାରୀ ସମୟରେ ଏହାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି ।

ଏହା ସହ ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନୂଆ ବର୍ଷ ସନ୍ଧ୍ୟାରେ ମେସେଞ୍ଜର, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ରେ ଭିଡିଓ ଚାଟିଂ ରେକର୍ଡ ସୃଷ୍ଟି କରିଛି । ନୂଆବର୍ଷ ଏକ ଐତିହାସିକ ଦିନ ଥିଲା ବୋଲି ଏହା ସହ ଚଳିତ ବର୍ଷ ଏହା ସବୁ ରେକର୍ଡ ଭାଙ୍ଗିଥିଲା ବୋଲି ଫେସବୁକ କର୍ତ୍ତୁପକ୍ଷ କହିଛନ୍ତି ।     

   Related Posts