Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଚଳିତ ବର୍ଷ ଚିଲିକାକୁ ଆଗମନ କରିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ

5/01/2021 at 10:54 PM

ପୁରୀ ୦୫।୦୧:  ଚିଲିକାକୁ ଚଳିତବର୍ଷ ଆସିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ । ଗତବର୍ଷ ଚିଲିକାକୁ ଆସିଥିଲେ ୧୧ ଲକ୍ଷରୁ ଅଧିକ ପକ୍ଷୀ। ଲଗାତାର ୨ ବର୍ଷ ଧରି ୧୦ ଲକ୍ଷରୁ ଅଧିକ ପକ୍ଷୀ ଆସୁଛନ୍ତି । ଚଳିତ ବର୍ଷ ଚିଲିକାକୁ ନୂଆ ଅତିଥି ପକ୍ଷୀ ଆସିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ CEO ସୁଶାନ୍ତ ନନ୍ଦଙ୍କ ସୂଚନା ।

ଏସିଆ ମହାଦେଶର ବୃହତ୍ତମ ପକ୍ଷୀ ବିହାର ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏଥିପାଇଁ ୨୧ଟି ଟିମ୍ ନିୟୋଜିତ ହୋଇଥିଲେ। ୱାଇଲ୍ଡ ଲାଇଫ ଓଡିଶା, ଓୟୁଟି ଭୁବନେଶ୍ଵରରୁ ଆସିଥିବା ପକ୍ଷୀ ବିଶାରଦ ମାନେ ବାଇନା କୁଲାର ସାହାଯ୍ୟରେ ପକ୍ଷୀ ଗଣନା ଚିଲିକାରେ ଆରମ୍ଭ କରିଥିଲେ। ସକାଳ ୬ ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଚିଲିକାର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଚାଲିଥିଲା।

ସମସ୍ତ ଟିମ ଗଣନା ସାରିବା ପରେ ଚୂଡାନ୍ତ ତାଲିକା ବାଲୁଗାଁ ଡିଏଫଓ କାର୍ଯ୍ୟାଳୟରେ ହସ୍ତାନ୍ତର କରିବା କରିବେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ , ବନ୍ୟପ୍ରାଣୀ ବନାଞ୍ଚଳ ବାଲୁଗାଁର ଆନୁକୂଲ୍ୟରେ  ଏହି ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବାରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିବା ନେଇ ଯାହା ଆଶା କରାଯାଉଥିଲା ତାହା ଗଣନାରେ ପ୍ରତିଫଳିତ ହୋଇଛି। ନଳବଣ ପାଇଁ ୪ ଟିମ କୃଷ୍ଣପ୍ରସାଦ ୧ ,ସାତପଡ଼ା ୪,ଟାଙ୍ଗି୮ ବାଲୁଗାଁ-୫ ,ନୂଆପଡା-୧ -ରମ୍ଭା -୩ ପାଇଁ ଗୋଟିଏ ଟିମ ନିୟୋଜିତ ହୋଇଛନ୍ତି । ଏହିପରି ଚିଲିକାରେ ୨୧ ଟି ଟିମ ପକ୍ଷୀ ଗଣନା ପାଇଁ ଘୁରି ବୁଲୁଛନ୍ତି।

   Related Posts