ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍, ମୋଟ୍ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

Published By : Prameya-News7 Bureau | September 15, 2021 IST

ସମ୍ବଲପୁର ୧୫।୯: ଉପରମୁଣ୍ଡରେ ଲାଗି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ମଙ୍ଗଳବାର ୬ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୧୨ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୨୮.୨୩ ଫୁଟ ଜଳସ୍ତର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ୧୮ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫୮ ହଜାର ୫୯୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୨ ଲକ୍ଷ ୨୫ ହଜାର ୫୫୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.