ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ : କଡାକଡି କରାଯିବ ସୁରକ୍ଷା ବ୍ୟବସ୍ଥା

4/09/2018 at 12:02 PM

ଭୁବନେଶ୍ବର ୪|୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଘଟଣାରେ ଛତିଶଗଡ଼ ପୋଲିସ ମହାନିର୍ଦେଶକଙ୍କ ସହିତ ଓଡିଶା ପୋଲିସ କଥାବାର୍ତ୍ତା କରିଛି | ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢାଇବା ପାଇଁ ପୋଲିସ ଯୋଜନା କରିଛି । ଏ ସମ୍ପର୍କରେ ଏ ଡି ଜି ସନ୍ତୋଷ ଉପାଧ୍ୟାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଛତିଶଗଡର ବିଳାସପୁର ଜେଲରେ ଥିବା ଜଣେ କଏଦୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦେଇଥିବା ଗଣମାଧ୍ୟମରେ ଚର୍ଚା ପରେ ପୋଲିସ ତତ୍ପରତା ପ୍ରକାଶ କରିଛି । ସୂଚନା ଅନୁସାରେ ବିଳାସପୁର ଜେଲରେ ଥିବା କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହ୍ବାନ ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫୦ କୋଟି ଟଙ୍କା ଦାବି କରି କଏଦୀ ପୁଷ୍ପେନ୍ଦ୍ର ଚିଠି ଲେଖିଥିବା ଜଣାପଡିଛି । ଏନେଇ ବିଳାସପୁର ଏସ୍‌ପି ଅରିଫ୍‌ ଶେଖ୍‌ ସୂଚନା ଦେଇଥିଲେ । ଏହି ଚିଠିକୁ ଡାକ ମାଧ୍ୟମରେ ପଠା ଯାଇଥିଲା । ଅଗଷ୍ଟ ୨୫ ତାରିଖରେ ଓଡ଼ିଶା ପୁଲିସ ଏହି ଚିଠିଟିକୁ ପାଇଥିଲେ ବୋଲି ସେ କହିଛନ୍ତି।
ପୁଷ୍ପେନ୍ଦ୍ର ବହୁ ହତ୍ୟା, ରାହାଜାନି ଓ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ ମସିହାରୁ ବିଳାସପୁର ଜେଲରେ ଅଛି । ପୁଷ୍ପେନ୍ଦ୍ର ନାଁରେ ଛତିଶଗଡର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ବ ମାମଲା ମଧ୍ୟ ରହିଛି । ଏ ଘଟଣା ନେଇ ତାକୁ ପଚରାଉଚରା ପରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଏଭଳି କରିଥିବା ସ୍ବୀକାର କରିଥିବା ଜଣାପଡିଛି । ତେବେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି । ତେବେ ତଦନ୍ତ ପରେ ଓଡିଶା ପୁଲିସକୁ ରିପୋର୍ଟ ଦିଆଯିବ ବୋଲି ବିଳାସପୁର ଏସ୍ପି କହିଛନ୍ତି।

   Related Posts