ଟ୍ରେନରେ ଚା ଓ ଖାଇବା ଜିନିଷର ଦାମ ହେବ ମହଙ୍ଗା,ପଢ଼ନ୍ତୁ ପୂରା ମେନୁ

Published By : Prameya-News7 Bureau | November 15, 2019 IST

ନୂଆଦିଲ୍ଲୀ୧୫/୧୧: ଲକ୍ଷ ଲକ୍ଷ ଟ୍ରେନ ଯାତ୍ରୀଙ୍କ ପାଇଁ ଖରାପ ଖବର।  ଏବେ ଟ୍ରେନରେ ଯାତ୍ରା କରିବା ସମୟରେ ଚା ଓ ଖାଇବା ଜିନିଷର ଦାମ ମହଙ୍ଗା ହେବ। ପୂର୍ବ ଦାମଠୁ ଏବେ ଅଧିକ ହେବ ଦାମ। ଏ ନେଇ ନୂଆ ସର୍କ୍ୟୁଲାର ଜାରି ହୋଇଛି।

ସର୍କ୍ୟୁଲାର ମୁତାବକ ରାଜଧାନୀ, ଶତାବ୍ଦୀ ଓ ଦୁରେନ୍ତେ ଏକ୍ସପ୍ରେସରେ ଚା, ଜଳିଖିଆ  ଖାଇବା  ଜିନିଷର ଦାମ ମହଙ୍ଗା ହେବାକୁ ଯାଉଛି। ଯାହାଫଳରେ ଅନ୍ୟ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପ​‌ରେ ପ୍ରଭାବ ପଡିପାରେ ।

ସୂଚନା ଅନୁସାରେ ନୂଆ ମେନୁ ଓ ଶୁଳ୍କ ୧୫ ଦିନରେ ମଧ୍ୟରେ ଅପଡେଟ୍ ହେବା ସହ ଚାରି ମାସ ପରେ ଏହି ନୂଆ ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି।

ରାଜଧାନୀ, ଦୁରୋନ୍ତୋ ଓ ଶତାବ୍ଦୀ ଟ୍ରେନର ଫାଷ୍ଟ କ୍ଲାସ ଏସି ଯାତ୍ରୀଙ୍କ ଖାଦ୍ୟପେୟ ଚାର୍ଟର ମୂଲ୍ୟ

ସୂଚୀ                           ପୂର୍ବରୁ(ଟଙ୍କା)                       ଏବେ(ଟଙ୍କା)

ସକାଳ ଚା                     ୧୫                                      ୩୫

ଜଳିଖିଆ                        ୯୦                                     ୧୪୦

ମଧ୍ୟାହ୍ନ ଓ ରାତ୍ର ଭୋଜନ       ୧୪୫                                  ୨୪୫

ସନ୍ଧ୍ୟା ବେଳର ଚା               ୭୦                                    ୧୪୦

ରାଜଧାନୀ, ଦୁରୋନ୍ତୋ ଓ ଶତାବ୍ଦୀ ଟ୍ରେନର ସେକେଣ୍ଡ ଓ ଥାର୍ଡ ଏସି ଯାତ୍ରୀଙ୍କ ଖାଦ୍ୟପେୟର ଚାର୍ଟ

ସୂଚୀ                           ପୂର୍ବରୁ(ଟଙ୍କା)                       ଏବେ(ଟଙ୍କା)

ସକାଳ ଚା                      ୧୦                                  ୨୦    

ଜଳିଖିଆ                        ୭୫                                ୧୦୫   

ମଧ୍ୟାହ୍ନ ଓ ରାତ୍ର ଭୋଜନ       ୧୨୫                              ୧୮୫

ସନ୍ଧ୍ୟା ବେଳର ଚା               ୪୫                                  ୯୦

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.