ଅଗଷ୍ଟ ୧ରୁ ବ୍ୟାଙ୍କ ଆକାଉଣ୍ଟରେ ରଖିବାକୁ ହେବ ଅଧିକ ମିନିମମ୍ ବାଲାନ୍ସ, ଟଙ୍କା ଜମା ଓ ଉଠାଣ ପାଇଁ ଲାଗିବ ଚାର୍ଜ

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ, ୧୯|୦୭: ଅଗଷ୍ଟ ୧ରୁ ଦେଶର ଅନେକ ବ୍ୟାଙ୍କ କେତେକ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆରବିଏଲ ବ୍ୟାଙ୍କ ଆଦି ଅଗଷ୍ଟରୁ ଟ୍ରାଞ୍ଜାକ୍ସନ ନିୟମରେ ପରିବର୍ତ୍ତନ କରିବେ । ନଗଦ ଉଠାଣ ଓ ଜମା କରିବା ଉପରେ ଅତିରିକ୍ତ ଚାର୍ଜ ନେବା ସହ ମିନିମମ୍ ବାଲାନ୍ସ ବଢାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ମୋଟ୍ରୋ ଓ ସହର ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଗ୍ରାହକଙ୍କୁ ନିଜର ସେଭିଂ ବ୍ୟାଙ୍କ୍ ଆକାଉଣ୍ଟରେ ଅଧିକ ମିନିମମ୍ ବାଲାନ୍ସ ରଖିବାକୁ ହେବ । ଏହାକୁ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବରୁ ୧୫୦୦ ଟଙ୍କା ଥିଲା । ଏହାଠୁ କମ୍ ଟଙ୍କା ଥିଲେ ୭୫ ଟଙ୍କା ଫାଇନ୍ ଦେବାକୁ ପଡିବ । ସେମି ଅର୍ବାନ ଅଞ୍ଚଳରେ ୫୦ ପ୍ରତିଶତ ଜରିମାନା  ଓ ଗ୍ରାମାଞ୍ଚଳରେ ୨୦ ପ୍ରତିଶତ ଜରିମାନା ଦେବାକୁ ପଡିବ ।

ଆକ୍ସିସ୍ ବ୍ୟାଙ୍କର ଗ୍ରାହକଙ୍କୁ ପ୍ରତି ଇସିଏସ ଟ୍ରାଞ୍ଜାକ୍ସନରେ ୨୫ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏହା ମାଗଣା ଥିଲା । ବ୍ୟାଙ୍କ ପ୍ରତି ବଣ୍ଡଲ୍ ୧୦୦ ଟଙ୍କାର ନଗଦ ଉପରେ ମଧ୍ୟ ହୋଲ୍ଡିଂ ଫିସ୍ ନେବ । କୋଟାକ ମହିନ୍ଦ୍ରା ବ୍ୟାଙ୍କର ସେଭିଂ ଓ କର୍ପୋରେଟ୍ ସାଲାରୀ ଆକାଉଣ୍ଟ ହୋଲ୍ଡରଙ୍କୁ ପ୍ରତି ମାସରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ ପରେ ୨୦ ଟଙ୍କା ଏଟିଏମ ଚାର୍ଜ ଦେବାକୁ ହେବ ।

ସେହିପରି ନନ୍ ଫାଇନାନସିଆଲ୍ ଟ୍ରାଞ୍ଜାକ୍ସନ ପାଇଁ ୮ଟଙ୍କା ୫୦ ପଇସା କଟିବ । ପର୍ଯ୍ୟାପ୍ତ ବାଲାନସ୍ ନଥିଲେ ମର୍ଚାଣ୍ଟ୍ ଆଉଟଲେଟ୍ ଓ୍ୱେବସାଇଟ୍ ବା ଏଟିଏମରେ ଫେଲଡ୍ ଟ୍ରା଼ଞ୍ଜାକସନ୍ ପାଇଁ ୨୫ ଟଙ୍କା କଟିବ । କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ନରଖିଲେ ପେନାଲ୍ଟି ଦେବାକୁ ପଡିବ । ଏହା ଖାତାର ଶ୍ରେଣୀ ଉପରେ ନିର୍ଭର କରେ । ଏହାସହ ଚାରୋଟି ଟ୍ରାଞ୍ଜାକ୍ସନ ପରେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧୦୦ ଟଙ୍କା ଓ୍ୱିଥଡ୍ରଲ୍ ଫି ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.