Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କମିବ ଥଣ୍ଡା ସର୍ଦ୍ଦି ଓ ଫ୍ଲୁ- ଏହି ତାରିଖରୁ ବଢିବ ଗରମ କମିବ ଶୀତ

11/02/2020 at 1:01 PM

ଭୁବନେଶ୍ୱର ୧୧।୦୨- ଏବେ ଶୀତ କମିବା ସହ ଗର ବଢିବ । ରବିବାଠାରୁ ପାଗ ଭଲ ହେବାରୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ରବିବାରଠାରୁ ତାପମାତ୍ରା ସାମାନ୍ୟ କମିଥିଲା । ଏବେ ପୁଣି ତାପମାତ୍ରା ବଢିବ ଶୀତ କମିବ ବୋଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କେନ୍ଦ୍ରାପଡାଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ବୁଧବାରଠାରୁ ତାପମାତ୍ରା ଅଧିକ ବୃଦ୍ଧିପାଇବ । ମାତ୍ର ରାଜଧାନୀରେ ରାତିର ତାପମାତ୍ରା ବିଶେଷ ବୃଦ୍ଧିପାଇବ ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି । ଫେବ୍ରୁଆରୀ ୧୫ ତାରିଖ ବେଳକୁ ତାପମାତ୍ରା ରାତିରେ ୪ରୁ ୫ ଡିଗ୍ରୀ ଓ ଦିନର ତାପମାତ୍ରା ୭ରୁ ୮ ଡିଗ୍ରୀ ବୃଦ୍ଧି ପାଇବ ।
ଧୀରେ ଧୀରେ ପାଗ ଖରାଟିଆ ହେବ । ଏଥିସହ ଥଣ୍ଡା ଓ ସର୍ଦ୍ଦି କମିବ । ଫ୍ଲୁ ଓ ଅନ୍ୟାନ୍ୟ ଭୁତାଣୁ, ଜୀବାଣୁ ଓ ବୀଜାଣୁ ମରିବେ ।

ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଅନୁଗୁଳ ୯, ଝାରସୁଗୁଡ଼ା ୯.୬, ସୋନପୁର ୧୦, କେନ୍ଦୁଝର ୧୦, ସମ୍ବଲପୁର ୧୦, ଟିଟିଲାଗଡ଼ ୧୦, ବାଲେଶ୍ୱର ୧୦.୯, ସୁନ୍ଦରଗଡ଼ ୧୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

   Related Posts