Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଏସ୍‌ବିଆଇର ଏଟିଏମ୍‌ରେ ମାଗଣା ଅଧିକ ଟ୍ରାଞ୍ଜାକସନ୍‌ – ମିଳିବ ଏତିକି ଫ୍ରି ଚେକ୍‌ , ଜାଣନ୍ତୁ କେବେଠୁ ଲାଗୁ ହେବ

11/09/2019 at 6:43 PM

ନୂଆଦିଲ୍ଲୀ – ଅକ୍ଟୋବର ଏକ ତାରିଖରୁ ଏଟିଏମ୍ ଚାର୍ଜ ବି ବଦଳିଯିବ । ମେଟ୍ରୋ ଓ ସିଟି ଏଟିଏମ୍‌ରୁ ୧୦ଟି ମାଗଣା ଟ୍ରାଞ୍ଜାକସନ୍‌  କରିପାରିବେ । ସହରାଞ୍ଚଳରେ ଏହା ୧୨ଟି ଫ୍ରି ଟ୍ରାଞ୍ଜାକସନ୍‌ କରିପାରିବେ । ସାଲାରି ଆକାଉଣ୍ଟ ଥିଲେ ଅଧିକ ମାଗଣା ଟ୍ରାଞ୍ଜାକସନ୍‌  କରିପାରିବେ ।

ଜମା ବା ସେଭିଙ୍ଗ ଆକାଉଣ୍ଟ ପାଇଁ ଗୋଟିଏ ଆର୍ଥିକ ବର୍ଷରେ ୧୦ଟି ଚେକ୍‌ ମାଗଣା ମିଳିବ ।ଏହାପରେ ୧୦ ଚେକ୍ ଥିବା ଚେକ୍‌ବୁକ୍‌ ପାଇଁ ୪୦ ଟଙ୍କା ଦେବାକୁ ପଡିବ । ୨୫ଟି ଚେକ୍‌ ଥିବା ଚେକ୍‌ବୁକ୍‌ ପାଇଁ ୭୫ ଟଙ୍କା ଦେବାକୁ ପଡିବ । ସନିୟର ସିଟିଜେନ୍‌ ଓ ସାଲାରି ଆକାଉଣ୍ଟ ପାଇଁ ଚେକ୍‌ ବହି ମାଗଣା ।

ଏସ୍‌ବିଆଇର ଡିଜିଟାଲ ମୋଡ ଓ ଆର୍‌ଟିଜିଏସ୍‌ ଓ ଏଇଏଫଟି ମାଧ୍ୟମରେ ନେଣଦେଣ ବା ଟ୍ରାଞ୍ଜାକସନ୍ ଏବେ ଆହୁର ଶସ୍ତା ହୋଇଯାଇଛି । ଏବେ ବ୍ୟାଙ୍କର ଶାଖାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଏନ୍ଇଏଫଟି କଲେ ୨ ଟଙ୍କା , ଏକ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି କଲେ ୧୨ ଟଙ୍କା  ଓ ୨ ଲକ୍ଷକୁ ଅଧିକର କଲେ ୨୦ ଟଙ୍କା ସହ ଜିଏସ୍‌ଟି ଦେବାକୁ ପଡିବ । ଏହିପରି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରଟିଜିଏସ୍‌ କଲେ ୨୦ ଟଙ୍କା ଓ ୫ ଲକ୍ଷରୁ ଅଧିକ ଟଙ୍କାର କଲେ ୪୦ ଟଙ୍କା ଓ ଜିଏସ୍‌ଟି ଦେବାକୁ ପଡିବ ।

ଏବେ ଥିବା ନିୟମ ଅନୁସାରେ ମେଟ୍ରୋ ଶାଖାରେ ମାସିକ ହାରାହାରି ବା ଆଭରେଜ୍‌ ବାଲନ୍ସ ୫ ହଜାର ଟଙ୍କା ଓ ଅର୍ବାନ ବା ସହରାଞ୍ଚଳରେ ଥିବା ଶାଖାର ଖାତାଧାରୀଙ୍କ ପାଇଁ ୩ ହଜାର ଟଙ୍କା ଥିଲା । ଅକ୍ଟୋବର ଏକ ତାରିଖରୁ ଦୁଇଟାଯାକ ୩ ହଜାର ଟଙ୍କା କରିଦିଆଯିବ ।

ସହରାଞ୍ଚଳରେ ଥିବା ଖାତା ପାଇଁ  ବାଲାନ୍ସ ୭୫ ପ୍ରତିଶତରୁ କମ ବେଶୀ ହେଲେ ଏବେ ୮୦ ଟଙ୍କା  ଜିଏସ୍‌ଟି ଜରିମାନା ଆକାରରେ ଦେବାକୁ ପଡୁଛି। ଏହାକୁ ହ୍ରାସ କରି ୧୫ ଟଙ୍କା ଓ ଜିଏସ୍‌ଟି ଦେବାକୁ ହେବ । ୫୦ରୁ ୭୫ ପ୍ରତିଶତ ମଧ୍ୟରେ ରହିଲେ ୧୨ ଟଙ୍କା ଓ ଜିଏସ୍‌ଟି ଦେବାକୁ ହେବ । ୫୦ ପ୍ରତିଶତରୁ କମ୍‌ ବାଲାନ୍ସ ରହିଲେ ୧୦ ଟଙ୍କା ଓ ଜିଏସ୍‌ଟି ଦେବାକୁ ହେବ ।

ଏବେ ଏସ୍‌ବିଆଇରେ ସାଲାରୀ ଆକାଉଣ୍ଟ  ଓ ବେସିର ସେଭିଙ୍ଗ ଆକାଉଣ୍ଟରେ ଜାମା କଲେ ପିଏମ୍‌ ଜନଧନ ଯୋଜନାରେ ଥାରେ ଆଭରେଜ୍‌ ମନ୍ଥଲି ବାଲାନ୍‌ସରେ ସାମିଲ ହେଉ ନାହାନ୍ତି । ମାତ୍ର ଅକ୍ଟୋବର ଏକ ତାରିଖରୁ ଏହା ଏଏମ୍‌ବିରେ ସାମିଲ ହେବ । ନାବିଳକ, ସିନିୟର ସିଟିଜେନ୍‌ ବା ବରିଷ୍ଠ ନାଗରିକ ଓ ୨୧ ବର୍ଷ ପର୍ଯ୍ୟନ୍ତ ଛାତ୍ରମାନଙ୍କ ଖାତାରେ ଏହି ନିୟମ  ଲାଗୁ ହେବ ନାହିଁ ।

ଅକ୍ଟୋବର ଏକ ତାରିଖରୁ ଏସ୍‌ବିଆଇ ନିଜର ସର୍ଭିସ ଚାର୍ଜରେ କେତକ ପରିବର୍ତ୍ତନ କରିବା ପାଇଁ ଯାଉଛି। ଏହା ମଧ୍ୟରେ ମାସିକ ଆଭରେଜ୍‌ ବାଲାନ୍ସ ନ ରିଖିଲେ ୮୦ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଜରିମାନା ବା ପେନାଲଟି  ଦେବାକୁ ପଡିବ । ଏହା ବ୍ୟତୀତ ବ୍ୟାଙ୍କ ପକ୍ଷରୁ ଅନ୍ୟ କେତକ ପରିବର୍ତ୍ତନ କରାଯାଇଛି । ନେଫ୍ଟ NEFT ଓ ଆର୍‌ଟିଜିଏସ୍‌ RTGS  କାରବାର ବା ଟ୍ରାଞ୍ଜାକସନ୍ ଶସ୍ତା ହୋଇଯିବ ।

   Related Posts