ଟିଭି ସୋ ବିଗ୍ ବସ୍ ବନ୍ଦ କରିବା ଲାଗି ଦାବି : ଟିଆରପି ଓ ବ୍ୟବସାୟ ଉଦ୍ଦେଶ୍ୟରେ ଭାରତୀୟ ସଂସ୍କାର ଓ ପରମ୍ପରାକୁ କ୍ଷତାକ୍ତ କରାଯାଉଥିବା ଅଭିଯୋଗ

Published By : Prameya-News7 Bureau | October 07, 2019 IST

ମୁମ୍ବାଇ ୭/୧୦: ଟେଲିଭିଜନରେ ଚାଲିଥିବା ବିଗ୍  ବସ୍  ସୋକୁ ବନ୍ଦ କରିବା ଲାଗି ଦାବି କରାଯାଇଛି।  ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନିକଟରେ ଏଭଳି ଦାବି କରିଛି ସର୍ବଭାରତୀୟ ବଣିକ ମହାସଂଘ।  ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଟିଭି ସୋରେ ଅରୁଚିକର ଏବଂ ନିୟମ ଉଲ୍ଲଂଘନକାରୀ ଆଇଟମମାନ ପ୍ରଦର୍ଶନ କରାଯାଉଛି। 

{"id":167211}

ବାରମ୍ବାର ବିବାଦରେ ରହି ଆସୁଥିବା ଏହି ଟିଭି ସୋରେ ଜାତୀୟ ମୂଲ୍ୟବୋଧର ସଂଘାର କରୁଛି।  ଟିଆରପି ଓ ବ୍ୟବସାୟ ଉଦ୍ଦେଶ୍ୟରେ  ଭାରତୀୟ ନୀତି ସଂସ୍କାର ଓ ପରମ୍ପରାକୁ ଏହି ସୋରେ କ୍ଷତାକ୍ତ କରାଯାଉଛି।  ସୋର ବର୍ତ୍ତମାନର ପର୍ଯ୍ୟାୟରେ ତ ସବୁ ସୀମା ସରହଦକୁ ପାର କରାଯାଉଛି। ଯେଉଁଥିରେ ପ୍ରତିଯୋଗୀମାନଙ୍କୁ  ଅଶାଳିନ କାର୍ଯ୍ୟାମାନ କରିବା ଲାଗି ବାଧ୍ୟ କରାଯାଉଛି। ଯେଉଁଥିରେ ବେଡ ଫ୍ରେଣ୍ଡ ଫର ହେବର ସେ ମଧ୍ୟରୁ ଗୋଟିଏ । 

{"id":167212}

ଯେତେବେଳେ ଫିଲ୍ମ ପ୍ରଦର୍ଶନ ପୂର୍ବରୁ ଏହାର ସେନସର କରାଯାଉଛି ସେମିତି ଟିଭି ସୋର ସେନସର କାହିଁକି କରାଯାଉନାହିଁ ବୋଲି ଏହି ଚିଠିରେ ବଣିକ ମହସଂଘ ପ୍ରଶ୍ନ କରିଛି। ଏହାକୁ ଗୁରତର ସହିତ ନେଇ ତୁରନ୍ତ ବିଗ୍  ବସ ସୋକୁ ବ୍ୟାନ କରିବା ଲାଗି ସର୍ବଭାରତୀୟ ବଣିକ ମହାସଂଘ  ଦାବି କରିଛି।...

{"id":167214}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.