ଭାରତରେ ପଶିଲା କରୋନାଠାରୁ ଭୟଙ୍କର ରୋଗ: ସୁରଟରେ ପ୍ରଥମ ସଂକ୍ରମିତ, ରୋଗୀଙ୍କର ଫୁଲିଯାଉଛି ଦେହ ହାତ

Published By : Prameya-News7 Bureau | July 23, 2020 IST

ସୁରଟ, ୨୩|୦୭: ସାରା ଦେଶ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହା ମଧ୍ୟରେ ଦେଶରେ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ ହୋଇଗଲାଣି । ଗୁଜୁରାଟର ସୁରଟରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଛି । ସୁରଟର ଏକ ଶିଶୁଠାରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଛି ।

ଏହି ରୋଗର ନାଁ ହେଉଛି ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍ । ଏହାକୁ MIS-ସି ମଧ୍ୟ କୁହାଯାଏ । ପ୍ରଥମ ମାମଲା ଆସିବା ପରେ ସୁରଟ ଓ ଗୁଜୁରାଟରେ ଲୋକଙ୍କ ଚିନ୍ତା ବଢିଯାଇଛି । ସୁରଟରେ ରହୁଥିବା ଏକ ପରିବାରର ଜଣେ ୧୦ ବର୍ଷର ଶିଶୁଠାରେ ମିସ୍-ସିର ଲକ୍ଷଣ ଠାବ ହୋଇଛି । ଜ୍ୱର ନଛାଡିବାରୁ ପରିବାର ଲୋକ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଶିଶୁଟି ବାନ୍ତି କରିବା ସହ କାଶୁଥିଲା । ଏପରିକି ତାହାର ଆଖି ଓ ଓଠ ଲାଲ୍ ପଡିଯାଇଥିଲା । ଏଫରିକି ଦେହ ଓ ହାତ ମଧ୍ୟ ଫୁଲିଯାଇଥିଲା । ଶିଶୁଟିର ଟେଷ୍ଟ୍ ରିପୋର୍ଟ ଆସିବା ପରେ ସେ ଏହି ମାରାତ୍ମକ ରୋଗର ଶିକାର ଥିବା ଜଣାପଡିଥିଲା । ଏପରିକି ଶିଶୁଟିର ହୃତସ୍ପନ୍ଦନ ମଧ୍ୟ ହ୍ରାସ ପାଇଥିଲା । ଶିଶୁଟିକୁ ୭ ଦିନ ପରେ ଘରକୁ ପଠାଇ ଦିଆଯାଇଥିଲେ ମଧ୍ୟ ଏହା ଦେଶରେ ବ୍ୟାପିବାର ସମ୍ଭାବନା ଥିବା ଡାକ୍ତରମାନେ କହିଛନ୍ତି ।ସବୁଠାରୁ ଚକିତ କଲା ଭଳି କଥା ହେଉଛି ଯେ ଏହି ରୋଗ କେବଳ ଆମେରିକା ଓ ୟୁରୋପୀୟ ଦେଶରେ ହେଉଥିଲା । ଅଧିକାଂଶ ମାମଲା ସେଠାରେ ଦେଖିବାକୁ ମିଳେ ।

ଏହି ରୋଗ ସାଧାରଣତଃ ୩ ବର୍ଷର ଶିଶୁଙ୍କଠାରୁ ୨୦ ବର୍ଷର ଯୁବକ-ଯୁବତୀଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଛି । ଚୋଟ ଶିଶୁଙ୍କୁ ଅଧିକ ସତର୍କ ରହିବାକୁ ହେବ । କରୋନା ଭଳି ଏହାକୁ ମଧ୍ୟ ଯାଞ୍ଚ କରିବା କଷ୍ଟକର ବୋଲି ଡାକ୍ତରମାନେ କହିଛନ୍ତି । ଯଦି ଏହାର ଔଷଧ ପ୍ରସ୍ତୁତ ନହୁଏ ତେବେ ଏହା କରୋନାଠୁ ମଧ୍ୟ ସାଙ୍ଘାତିକ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.