ବ୍ଲକ୍‌କୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ଚିନ୍ତାରେ ପ୍ରଶାସନ

Published By : Prameya-News7 Bureau | April 23, 2021 IST

ସାନଖେମୁଣ୍ଡି, ୨୩/୦୪: ସାରା ବିଶ୍ୱରେ କୋରନା ନେଇ ବିଶ୍ୱବାସୀ ଆତଙ୍କିତ । ତେବେ ଏଥିରୁ ବାଦ ପଡିନି ଆମ ରାଜ୍ୟ ଓଡ଼ିଶା । ସରକାର ଏହି ପରିସ୍ଥିତିରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ପ୍ରଦାନ କରୁଥିଲେ ହେଁ ପୁଣି ଚିନ୍ତା ବଢାଇଛି କୋରନା ।

ନିଜ ନିଜର କର୍ମ ଭୂମି ଛାଡି ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି । ପ୍ରବାସୀଙ୍କ ଆଗମନ ପରେ ଅଂଚଳବାସୀଙ୍କ ମନରେ ଭୟ ଜାତ ହୋଇଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ପୁଣି ସ୍ଥିତି ଗମ୍ଭୀର ଆଡକୁ ଗତି କରୁଛି । ବ୍ଲକକୁ ମୋଟ ୫୮୫ ଜଣ ପ୍ରବାସୀ ଓଡ଼ିଆ ସାନଖେମୁଣ୍ଡି ଫେରିଲା ପରେ ବିଭିନ୍ନ ଅଞ୍ଚଳରୁ ୧୪ ଜଣଙ୍କ କୋରନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜି ବ୍ଲକର ଆଡପଡା ପଂଚାୟତରୁ ୪ ଜଣଙ୍କ କୋରନା ପଜିଟିଭ ବାହାରିଥିବା ସୂଚନା ମିଳିଛି ।

ଏନେଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଏବଂ ସାନଖେମୁଣ୍ଡି ତହସିଲଦାର ଡ଼ ଶ୍ରୀନିବାସ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଡପଡାରୁ ୪ ଜଣଙ୍କୁ ଚିହ୍ନଟ କରିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତି ଭାସନଙ୍କୁ ରିପୋର୍ଟ ପ୍ରଦାନ କରାଯିବା ସହ ସ୍ଥିତିକୁ ନଜରରେ ରଖି  ଆବଶ୍ୟକ ପଡ଼ିଲେ ଆଗକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ସୁପାରିଶ କରାଯାଇଥିବା ନେଇ ସ୍ପଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.