ଜେଲ୍ରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍, ଚିନ୍ତାରେ କର୍ତ୍ତୁପକ୍ଷ
13/08/2020 at 5:28 PM

ରାଉରକେଲା୧୩/୮: ଜେଲ୍ରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ୍।ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୫୪ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଗତକାଲି ଜେଲର ୧୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଜେଲ କର୍ମଚାରୀ।ବର୍ତ୍ତମାନ ସୁଦ୍ଧା ଜେଲରୁ ୧୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜେଲରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏବେ ଚିନ୍ତାରେ ଜେଲ କର୍ତ୍ତୁ। ଜେଲ ସୁପରିଟେଣ୍ଡ ବିରେନ୍ଦ୍ର ମହାଳିକ ଏ ସଂପର୍କରେ ସୂଚନା ଦେଇଛନ୍ତି।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021