ଭଲ ଖବର, ସୁସ୍ଥ ହେଲେ ଆଉ ୨୬୨୨ କରୋନା ଆକ୍ରାନ୍ତ

Published By : Prameya-News7 Bureau | October 20, 2020 IST

ଭୁବନେଶ୍ୱର, ୨୦ ।୧୦:    ରାଜ୍ୟରେ ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୧୯୭ ରେ ପହଁଚିଛି ।

wp:html /wp:html wp:html /wp:html

ଖୋର୍ଦ୍ଧାରୁ ସର୍ବାଧିକ ୪୩୧ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୧୬, କଟକରୁ ୧୯୭, ମୟୂରଭଞ୍ଜରୁ ୧୩୧, ସୁନ୍ଦରଗଡରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗୀରରୁ ୧୧୪, ବାଲେଶ୍ୱରରୁ ୯୯, ନୂଆପଡାରୁ ୯୯, ଯାଜପୁରରୁ ୯୩, ବରଗଡରୁ ୯୧, ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡାରୁ ୭୦, ପୁରୀରୁ ୬୫, ସୋନପୁରରୁ ୬୦, ଜଗତସିଂହପୁରରୁ ୫୯, କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨, ଭଦ୍ରକରୁ ୪୬, ନୟାଗଡରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୫, ବୌଦ୍ଧରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୩୨, ଢେଙ୍କାନାଳରୁ ୨୫, ମାଲକାନଗିରିରୁ ୨୪, ଦେବଗଡରୁ ୧୪, ରାୟଗଡାରୁ ୯ଜଣ ଆରୋଗ୍ୟଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.