୮ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୮୯୧୪ ପଜିଟିଭ୍

Published By : Prameya-News7 Bureau | May 03, 2021 IST

ଭୁବନେଶ୍ବର ୦୩।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୮୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୮୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଅନୁଗୋଳରୁ ୩୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୧୭୯, ବରଗଡରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡରୁ ୧୦୩, ଢେଙ୍କାନାଳରୁ ୧୪୯, ଗଜପତିରୁ ୧୬୫, ଗଞ୍ଜାମରୁ ୨୬୨, ଜଗତସିଂପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, ଖୋର୍ଧାରୁ ୧୨୫୮, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୂରଭ଼ଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡରୁ ୧୯୪, ନୂଆପଡାରୁ ୨୭୮, ପୁରୀରୁ ୫୩୦, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡରୁ ୫୯୨ ଜଣ ଆକ୍ରାନ୍ତ ରହିଛନ୍ତି ।

wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୧୫୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୭୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୨୨୭୩୨୧ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.