ବସ୍ତିରେ ମାଡୁଛି ଓ ହସ୍ପିଟାଲରୁ ବଢୁଛି କରୋନା : ବରମୁଣ୍ଡା ରୁଚିକା ନର୍ସିଙ୍ଗ୍ ହୋମ୍ ସିଲ୍

Published By : Prameya-News7 Bureau | July 02, 2020 IST

ଭୁବନେଶ୍ୱର ୦୨/୦୭ : ବସ୍ତିରୁ କଲୋନୀ କୁ ଡେଇଁଲାଣି କରୋନା।  ରାଜଧାନୀରେ କ୍ବାରେଣ୍ଟାଇନ କେସ ସହ ସ୍ଥାନୀୟ ସଂକ୍ରମଣ  ମାମଲା ବଢୁଥିବାରୁ  ଆକସନ ମୋଡକୁ ଆସିଛି  ପ୍ରଶାସନ।  ବିଏମସି, ବିଡିଏ, ପରେ ଏବେ ରାଜ୍ୟର ପାୱାର କରିଡରର ପ୍ରମୁଖ କେନ୍ଦ୍ର ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ସମେତ ରାଜୀବ ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗାଯାଇଛି। ସେପଟେ କୋଭିଡ ନିୟମ ଉଲଂଘନ ମାମଲାରେ  ବରମୁଣ୍ଡା ସ୍ଥିତ ରୁଚିକା ନର୍ସିଙ୍ଗ  ହୋମ କୁ ସିଲ କରିଛି ବିଏମସି।

{"id":294988,"sizeSlug":"large"}

ବସ୍ତିରୁ କରୋନା, ହସ୍ପିଟାଲରୁ କରୋନା, ସରକାରୀ ଅଫିସରୁ କରୋନା। ଚିନ୍ତା ବଢ଼ାଇଲାଣୀ ରାଜଧାନୀ କରୋନା। ସ୍ଥାନୀୟ ସଂକ୍ରମଣ ଖୋଜିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।  ପ୍ରତିଦିନ ଭୁବନେଶ୍ବରରେ ଯେତିକି ପଜିଟିଭ  ବାହାରୁଛି ସେଥିରେ  ଅନେକ ସମୟରେ  ସ୍ଥାନୀୟ  ସଂକ୍ରମଣ ସଂଖ୍ୟା  ବହୁ ଅଧିକ ଦେଖିବାକୁ ମିଳୁଛି ।  ସ୍ଥାନୀୟ ସଂକ୍ରମଣ  କେସ କିଭଳି ବ୍ୟାପୁଛି ଏବଂ  ଏହାର   ସୃଷ୍ଟି କେଉଁଠି ହେଉଛି  ଜଣାପଡୁନି । ଭୁବନେଶ୍ବରରରେ କରୋନା  ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ପ୍ରମୁ୍‌ଖ ସରକାରୀ  ଅଫିସକୁ  ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରିଛନ୍ତି ସରକାର । ପ୍ରଥମେ ବିଏମସି , ବିଡିଏ ଅଫିସକୁ  ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା  ଲଗାଯିବା ପରେ ଆଜି  ଶାସନର  ମୁଖ୍ୟ  କେନ୍ଦ୍ର ଲୋକସେବା ଭବନ ଓ ଖାରବେଳ ଭବନ ସମେତ କୃଷି ଭବନ ଓ ରାଜୀବ ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ  ରୋକ ଲଗାଇଛି ଗୃହ ବିଭାଗ।

{"id":294989,"sizeSlug":"large"}

ଆଜି ରାଜଧାନୀ ଭୁବନେଶ୍ବରରେ  ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣ ଲୋକାଲ୍କେସ୍ଥିବାବେଳେ ୮ଜଣ ହୋମ୍କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି ଖଣ୍ଡଗିରି ଶରଧା ପଲ୍ଲୀ ବସ୍ତି ସାଲିଆ ସାହି ବସ୍ତି ଭିମଟାଙ୍ଗୀ, ନିଳାଦ୍ରି ବିହାର ଜୟଦେବ ବିହାରରୁ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଯାହାକି  ପ୍ରଶାସନର ମୁଣ୍ଡବିନ୍ଧା କାରଣ ପାଲଟିଛି ସେପଟେ  ଆଜି ବିଏମସି ଟିମ ଭୁବନେଶ୍ବର ବରମୁଣ୍ଡା  ସ୍ଥିତ ରୁଚିକା ନର୍ସିଙ୍ଗ ହୋମକୁ  ସିଲ  କରିଛି। କୋଭିଡ ନିୟମ ପାଳନରେ  ବ୍ୟତିକ୍ରମ ହୋଇଥିବାରୁ  ବିଏମସି ଏଭଳି  କାର୍ଯ୍ୟନୁଷ୍ଠାନ  ନେଇଛି।

ଭୁବନେଶ୍ବରରେ ଆଜି ସୁଦ୍ଦା ୩୪୫ କେରାନା ପଜିଟିଭ କେସ ଚିହ୍ନଟ ହେଲେଣି। ଯେଉଁଥିରେ ୧୩୯  ଟି ଆକ୍ଟିଭ କେସ  ରହିଥିବା ବେଳେ  ଭୁବନେଶ୍ବରରେ  କରୋନାରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.