୬ ତାରିଖରୁ ଥଣ୍ଡାର ପ୍ରକୋପ ପୁଣି ବଢିବ- ଥଣ୍ଡାରେ ଥରୁଛି ସାରା ଓଡ଼ିଶା

Published By : Prameya-News7 Bureau | January 04, 2020 IST

ଭୁବନେଶ୍ୱର ୦୪।୦୧ - ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ବର୍ଷା ଏବଂ କୋହଲା ପାଗ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ତେବେ ଆସନ୍ତା ୨୪ ଘଣ୍ଟା ପରେ ପାଗରେ ପରିବର୍ତ୍ତନ ଆସିବ, ବର୍ଷାର ପରିମାଣ କମିଯିବ। ୬ ତାରିଖରୁ ଥଣ୍ଡାର ପ୍ରକୋପ ପୁଣି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଅସମୟରେ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଖଳା ଆଉ ମଣ୍ଡିରେ କେମିତି ଧାନ ଭିଜୁଛି ଆସନ୍ତୁ ଦେଖିବା ।…

{"id":206820,"sizeSlug":"large"}

କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ।… ଘନ କୁହୁଡ଼ି ଯୋଗୁଁ ସୂର୍ଯ୍ୟଙ୍କର ଦେଖା ନାହିଁ। କଲିଜା ଥରା ଶୀତରେ ଥରୁଛି ସାରା ଓଡ଼ିଶା। ୧୪୫ଟି ଷ୍ଟେସନରୁ ୧୩୦ଟି ଷ୍ଟେସନରେ ଲାଗି ରହିଛି ବର୍ଷା ।

{"id":206822,"sizeSlug":"large"}

ତାଳଚେରରେ ସର୍ବାଧିକ ୫୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, କଙ୍କଡ଼ାହାଡ଼ରେ ୪୯.୨, ଆନନ୍ଦପୁରରେ ୩୭ ମିଲିମିଟର ବର୍ଷା ହୋଇଛି । ଆସନ୍ତାକାଲି ପାଇଁ ଜଗତସିଂହପୁର, ଭଦ୍ରକ, କେନ୍ଦୁଝର ଭଳି ୧୪ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ପରେ ବର୍ଷାର ପରିମାଣ କମିବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କଁ ଭାଁ ବର୍ଷା ହେବ । ୬ ତାରିଖରୁ ଥଣ୍ଡାର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…

{"id":206823,"sizeSlug":"large"}

ଏପଟେ ତିନି ଦିନ ଧରି ବର୍ଷା ଲାଗି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଜମିରେ ପାଚିଲା ଧାନ ଭିଜୁଛି। ବର୍ଷା, କାଦୁଅ ଭିତରେ ଧାନ ଅମଳ କରିବା ଚାଷୀ ପାଇଁ ଏକବାର ମୁସ୍କିଲ୍ ହୋଇପଡ଼ିଛି l କେନ୍ଦ୍ରାପଡ଼ାରୁ ସୁବର୍ଣ୍ଣପୁର ସବୁଠି ଏଇ ସମାନ ସମସ୍ୟା । ମାଲକାନଗିରିରେ ମଣ୍ଡିରେ ପାଣିରେ ଭାସୁଛି ବସ୍ତାବସ୍ତା ଧାନ। ଝିପି ଝିପି ବର୍ଷା ଯୋଗୁଁ ଜିଲ୍ଲାର ଅନେକ ମଣ୍ଡିରେ ଏମିତି ଶହଶହ ବସ୍ତା ଧାନ ଭିଜୁଛି।…

{"id":206824,"sizeSlug":"large"}

ସେପଟେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତିର ଆକଳନ ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଛନ୍ତି ଏସଆରସି । ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ଭରଣା କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।…

ଗତବର୍ଷ ଦୁଇ ଦୁଇଟି ବାତ୍ୟାର ସାମ୍ନା କରିଥିବା ଚାଷୀ ଏବର୍ଷ ଆରମ୍ଭରୁ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ଦେଖି ହତାଶ ହୋଇପଡ଼ିଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.