ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା- ରାଜ୍ୟର ଏହି ଜିଲ୍ଲାମାନଙ୍କର ଡାକ୍ତରଖାନାରେ ବଢିବ ଶଯ୍ୟା ସଂଖ୍ୟା
14/10/2019 at 11:20 PM

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ତିନୋଟି ଜିଲ୍ଲାରେ ଥିବା ଡାକ୍ତରଖାନାରେ ଶଯ୍ୟାସଂଖ୍ୟା ବୃଦ୍ଧି କରାଯିବ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଡାକ୍ତର ଙ୍କ ପାଇଁ ଟ୍ରାନ୍ଜିଟ୍ ହୋମ ତିଆରି କରାଯିବ । ମାଲକାନଗିରି ଓ ନବରଙ୍ଗପୁର ମେଡିକାଲ୍ରେ ୨୦୦ ଲେଖାଏଁ ଶଯ୍ୟା ବୃଦ୍ଧି କରାଯିବା ବେଳେ କୋରାପୁଟରେ ୨୫୦ ଟି ଶଯ୍ୟା ବୃଦ୍ଧି କରାଯିବ ।
ଏହି ଚିକିତ୍ସାଳୟମାନଙ୍କୁ ଅଧିକ ତିନୋଟି ଆମ୍ବୁଲାନ୍ସ ଓ ତିନୋଟି ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ଷ୍ଟାଫ୍ଙ୍କ ପାଇଁ ବିଶ୍ରାମ ଗୃହ ତିଆରି କରାଯିବ । ଆସନ୍ତା ୨ ବର୍ଷ ମଧ୍ୟରେ କୋରାପୁଟ୍ ମେଡିକାଲ୍ କଲେଜ୍ରେ ଶଯ୍ୟାସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ ।
Related Posts
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021