ଅଡିଓ ଟେପ୍‌ରେ ଯୌନ କେଳେଙ୍କାରୀ ଅଭିଯୋଗରେ ଉବୁଟୁବୁ ହେଉଥିବା ପ୍ରମୋଦ ସାହୁଙ୍କ ବିରୋଧରେ ଏବେ ଆହୁରି ଅଭିଯୋଗ

Published By : Prameya-News7 Bureau | November 03, 2019 IST

କେନ୍ଦ୍ରାପଡା/ଭୁବନେଶ୍ୱର ୦୩।୧୧ - ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ସୋସାଇଟି ସଭାପତିଙ୍କ ଯୌନ କେଳାଙ୍କାରୀ ଭିତରୁ ବାହାରୁଛି ଗୋଟିଏ ପରେ ଗୋଟିଏ ଗୁମର । ସୋସାଇଟି ଅର୍ଥ ଆତ୍ମସାତ୍ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ସୋସାଇଟିର ଜଣେ ପୂର୍ବତନ ସିନିୟର ମ୍ୟାନେଜର । ଆର୍ଥିକ ଅନିମୟିତତା ନେଇ ପାଟି ଖୋଲିବାରୁ ତାଙ୍କୁ କୁଆଡେ ଚାକିରି ହରେଇବାକୁ ପଡିଥିଲା । ସେପଟେ ଯୌନ କଳେଙ୍କାରୀ ନେଇ ରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ପ୍ରମୋଦ ସାହୁ ଦଳରେ ନଥିବା କଥା ସୂଚନା ଦେଇଛନ୍ତି । ତାଙ୍କୁ ଜାଣିଶୁଣି ଦଳ ସହ ଯୋଡା ଯାଉଥିବା ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।

{"id":178754}

ଅଡିଓ ଟେପ୍‌ରେ ଯୌନ କେଳେଙ୍କାରୀ ଅଭିଯୋଗରେ ଉବୁଟୁବୁ ହେଉଥିବା କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଏବେ ଆର୍ଥିକ ଘୋଟାଲା ଅଭିଯୋଗ । ବିଭିନ୍ନ ଖର୍ଚ୍ଚ ଆଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ବାର୍ଷିକ ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍ କରିବାର ସଂଗୀନ ଅଭିଯୋଗ ହୋଇଛି । ନିୟୁଜ-7 ଆଗରେ ଏଭଳି କଥା ବଖାଣିଛନ୍ତି ବ୍ୟାଙ୍କର ପୂର୍ବତନ ସିନିୟର ମ୍ୟାନେଜର ରାଜଦୀପ ପଢିହାରୀ । ଜୁଲାଇ ୧୭ ତାରିଖରେ ଏ ନେଇ ସେ ସମ୍ପାଦକଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଉ ଏହାପରେ ତାଙ୍କୁ ଚାକିରି ହରେଇବାକୁ ପଡିଥିଲା ।

ମିଛ ଭାଉଚର, ବ୍ୟାଙ୍କ କାମରେ ଭଡା ଗାଡି ବ୍ୟବହାର ଓ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା ବାବଦକୁ ଦୈନିକ ପ୍ରାୟ ୨୦ ହଜାର ଟଙ୍କା ଭାଉଚର କଟା ଯାଉଛି । ସେହିପରି ସୋସାଇଟିରୁ ଋଣ ନେଉଥିବା ବ୍ୟକ୍ତିଙ୍କ ବୀମା କରେଇବା ପରେ ମାସକୁ ପ୍ରାୟ ୪ କୋଟି ଟଙ୍କା କମିଶନ ଜଣେ ବ୍ୟକ୍ତିଙ୍କ ଖାତାକୁ ଯାଉଛି । ଏହି ଅର୍ଥ ସୋସାଇଟିର କର୍ମଚାରୀଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଯାଉ ବୋଲି କହିବା ଦିନ ହିଁ ରାଜଦୀପଙ୍କୁ ନିଲମ୍ବନ କରିଥିଲେ ବ୍ୟାଙ୍କ ସମ୍ପାଦକ।

{"id":178756}

ସେପେଟେ ଯୌନ କେଳେଙ୍କାରୀ ମାମଲାରେ ଶନିବାର ପୀଡିତା ଲୋକାଲ କମ୍ଲେୟାଣ୍ଟ କମିଟି ପାଖରେ ହାଜର ହୋଇ ପ୍ରମାଣ ଜମା କରିବା ପରେ ତାଙ୍କ ଭିତରେ ସାମାନ୍ୟ ଆଶା ସଂଚାର ହୋଇଛି। ସେପେଟ ଏହି ଘଟଣାରେ ରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ୫ ତାରିଖରେ ଏକ ଟିମ୍ ପୀଡିତାଙ୍କୁ ତାଙ୍କ ବାସଭବନରେ ଭେଟିବା ସହ କେନ୍ଦ୍ରାପଡାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ।  

ପୀଡିତାଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରାପଡାରେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଖୁବ୍ ଶୀଘ୍ର ଏଲସିସି ପକ୍ଷରୁ ଅଭିଯୁକ୍ତକୁ ହାଜର ହେବା ପାଇଁ ନୋଟିସ କରାଯିବ ବୋଲି ଜଣାପଡିଛି । ସେପଟେ ବ୍ୟାଙ୍କ କାରବାରର ଅଡିଟ ଦାବି ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.