ଶ୍ରୀକ୍ଷେତ୍ରରେ ମାଡୁଛି କରୋନା : ୨୪ ଘଣ୍ଟାରେ ୯୨ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | August 08, 2020 IST

ପୁରୀ ୮।୮: କରୋନା କବଳରେ ଶ୍ରୀକ୍ଷେତ୍ର । ସବୁପ୍ରକାର ସତର୍କତା ଓ ସଚେତନତାମୂଳକ ପଦକ୍ଷେପ ସତ୍ତ୍ବେ ମଧ୍ୟ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜିଲ୍ଲାରେ ସୁସ୍ଥତା ହାର ୬୭ ପ୍ରତିଶତ ଥିଲେ ମଧ୍ୟ ୪ ଜଣଙ୍କ ଜୀବନ ନେଇଛି କରୋନା । ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଣ୍ଟେନମେଣ୍ଟ ଜୋନ୍ କଟକଣା ବଳବତ୍ତର ଥିଲେ ମଧ୍ୟ ସାପ୍ତାହିକ ସଟଡ଼ାଉନ୍ କୁ କୋହଳ କରାଯାଇଛି।

{"id":311603,"sizeSlug":"large"}

ମାର୍ଚ୍ଚ ମାସରେ କରୋନା ମହାମାରୀ ବିସ୍ତାର କରିବା ସମୟରେ ପୁରୀ ଜିଲ୍ଲା ଆଗୁଆ ପଦକ୍ଷେପ ନେଇଥିଲା। ସମସ୍ତ ହୋଟେଲରୁ ପର୍ଯ୍ୟଟକଙ୍କୁ ଖାଲି କରାଯିବା ସହ ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଥିଲା। ଶ୍ରୀମନ୍ଦିର ମାର୍ଚ୍ଚ ୨୦ରୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଛି। ଏଭଳିକି ପୁରୀକୁ ବସ୍ କିମ୍ବା ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏସବୁ ସତ୍ତ୍ବେ ମଧ୍ୟ ପୁରୀ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରେ ୧୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୯୮ ଜଣ ସୁସ୍ଥ ହୋଇଛନ୍ତି । ୪୧୨ ଟି ଆକ୍ଟିଭ କେସ୍ ରହିଛି । କରୋନା ୪ ଜଣଙ୍କ ଜୀବନ ନେଇଥିବା ବେଳେ ଅନ୍ୟ କାରଣରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

{"id":311602,"sizeSlug":"large"}

ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ କରୋନା କବଳିତ ହୋଇଛି। ପୁରୀ ପୌରାଞ୍ଚଳରେ ସର୍ବାଧିକ ୩୫୫ ଓ ବ୍ରହ୍ମଗିରି ବ୍ଲକରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ଜିରୋ ଆକ୍ଟିଭ କେସ୍ ରହିଛି । ସେହିପରି ସମସ୍ତ ଜିଲ୍ଲାରେ ୬୬ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଆକ୍ଟିଭ ରହିଛି। ପୁରୀ ପୌରାଞ୍ଚଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବସ୍ତି । ବିଶେଷ କରି ୧୨ ହଜାରରୁ ଅଧିକ ଜନସଂଖ୍ୟା ଥିବା ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି ଚିନ୍ତା ବୃଦ୍ଧି କରିଛି । ପୁରୀ ପୌରପାଳିକା ଅନ୍ତର୍ଗତ ୨୩, ୨୫, ୨୬, ୩୦, ୩୧ ଓ ୩୨ ନଂ ଓ୍ବାର୍ଡ଼ ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି । ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ନିୟମକୁ ସେଠାକାର ବାସିନ୍ଦା ଖୋଲାଖୋଲି ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଛି।

{"id":311604,"sizeSlug":"large"}

ଜିଲ୍ଲାରେ କରୋନା ସ୍ଥିତି ଏଭଳି ଜାରି ରହିଲେ ଆଗକୁ ସମସ୍ତ ଜିଲ୍ଲାକୁ ସଟଡ଼ାଉନ୍ କରିବା ଭଳି ସ‌୍ଥିତି ଉପୁଜି ପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.