ଭଲ ଖବର, ସୁସ୍ଥ ହେଲେ ଆଉ ୭୫୬ କରୋନା ଆକ୍ରାନ୍ତ

Published By : Prameya-News7 Bureau | August 01, 2020 IST

ଭୁବନେଶ୍ୱର, ୦୧|୦୮: ଶନିବାର ରାଜ୍ୟରେ ୭୫୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨୭୩ରେ ପହଁଚିଛି ।

wp:html /wp:html

ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାର ସର୍ବାଧିକ ୧୬୨ଜଣ ଥିବା ବେଳେ ଗଞ୍ଜାମର ୧୩୯, କଟକର ୭୮, ସୁନ୍ଦରଗଡର ୫୮, ଗଜପତିର ୪୯, ଭଦ୍ରକର ୩୩, କେଉଁଝରର ୩୧, ପୁରୀର ୨୮, ନୟାଗଡର ୨୨, ରାୟଗଡାର ୨୦ ଓ ବାଲେଶ୍ୱରର ୧୯ଜଣ ରହିଛନ୍ତି । ସେହିପରି କୋରାପୁଟର ୧୮, ମାଲକାନଗିରିର ୧୬, ନବରଙ୍ଗପୁରର ୧୩, କନ୍ଧମାଳର ୧୦, ସମ୍ବଲପୁରର ୧୦, ୟାଜପୁରର ୯, କେନ୍ଦ୍ରାପଡାରୁ ୯, ଜଗତସିଂପୁରର ୮, ବରଗଡର ୭, ଢେଙ୍କାନାଳ ଓ ଝାରସୁଗୁଡାରୁ ୬ଜଣ ଲେଖାଏଁ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨ଜଣ ଲେଖାଏଁ ଓ ଅନୁଗୋଳର ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.