ଭଲ ଖବର, ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ

Published By : Prameya-News7 Bureau | June 17, 2020 IST

ଭୁବନେଶ୍ୱର ୧୭|୦୬: ରାଜ୍ୟରେ  ବୁଧବାର ଦିନ ୭୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩୦୪୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ବୁଧବାର ଦିନ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳର ୧୪ ଜଣ ଥିବା ବେଳେ କେନ୍ଦୁଝରର ୧୧, ଖୋର୍ଦ୍ଧାର ୧୦ଜଣ, ଭଦ୍ରକର ୯ ଜଣ , ଯାଜପୁରରୁ ୭ଜଣ , ମୟୁରଭଞ୍ଜର ୬ଜଣ , ଗଞ୍ଜାମର ୪ଜଣ , କଟକର ୩ ଜଣ ସୁସ୍ଥ ହୋଇଛନ୍ତି ।

wp:html /wp:html

ସେହିପରି ବାଲେଶ୍ୱର, ଜଗତସିଂହପୁର ଓ ଝାରସୁଗୁଡାର ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  

wp:html /wp:html

ସୂଚନାଯୋଗ୍ୟ,  ରାଜ୍ୟରେ ଆଜି ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୫ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୩୦ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.