Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟକୁ ଆସୁଛି ଆଉ ୭ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍, ଆସୁଛନ୍ତି ୭ ହଜାରରୁ ଅଧିକ ପ୍ରବାସୀ ଓଡିଆ

14/05/2020 at 7:19 AM

ଭୁବନେଶ୍ବର ୧୪।୫: ରାଜ୍ୟକୁ ଆସିବ ୭ଟି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ । ସେଥି ମଧ୍ୟରୁ ୨ଟି ଟ୍ରେନ୍‌ ଗୁଜୁରାଟର ମୋରବିରୁ ମଙ୍ଗଳବାର ଛାଡିଥିବା ବେଳେ ବୁଧବାର ଗୋଟିଏ ଟ୍ରେନ୍‌ ଛାଡିଛି । ଏହି ୩ଟି ଯାକ ଟ୍ରେନ୍‌ ବାଲେଶ୍ବର ଷ୍ଟେସନରେ ଗୁରୁବାର ପହଞ୍ଚିବ ।

ସେହିପରି ଗୁଜୁରାଟର ସୁରଟ ଷ୍ଟେସନରୁ ବୁଧବାର ଗୋଟିଏ ଟ୍ରେନ୍‌ ଛାଡିଥିବା ବେଳେ ଗୁରୁବାର ଖୋର୍ଦ୍ଧା ରୋଡ୍‌ ଷ୍ଟେସନ ଓ ଅନ୍ୟ ଗୋଟିଏ ଟ୍ରେନ୍ ବାଲେଶ୍ବର ଷ୍ଟେସନରେ ପହଞ୍ଚିବ । ତାମିଲନାଡୁର ତିରୁପୁର ଷ୍ଟେସନରୁ ଛାଡିଥିବା ଗୋଟିଏ ଟ୍ରେନ୍‌ ଗୁରୁବାର ବାଲେଶ୍ବର ଷ୍ଟେସନରେ ଏବଂ ଆନ୍ଧ୍ରପ୍ରଦେଶର ଚିତ୍ତୋରରୁ ଛାଡିଥିବା ଗୋଟିଏ ଟ୍ରେନ୍‌ ଭଦ୍ରକ ଷ୍ଟେସନରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୭ଟି ଟ୍ରେନ୍‌ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଟ୍ରେନ୍‌ ଆରମ୍ଭ ହୋଇଥିବା ଷ୍ଟେସନରୁ ବିଳମ୍ବରେ ଛାଡିଥିବାରୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ୫ଟି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପହଞ୍ଚିଛି । ମଙ୍ଗଳବାର ଛାଡିଥିବା ଗୋଟିଏ ଟ୍ରେନ୍‌ ମହାରାଷ୍ଟ୍ରର ଥାନେ ସହରରୁ ଏବଂ ଅନ୍ୟ ଗୋଟିଏ ଟ୍ରେନ୍‌ ଗୁଜୁରାଟର ଥାନଗଡ଼ ଷ୍ଟେସନରୁ ଆସି ବୁଧବାର ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛି । ସେହିପରି ଗୁଜୁରାଟର ସୁରଟ୍‌ରୁ ମଙ୍ଗଳବାର ଆସିଥିବା ଟ୍ରେନ୍‌ ବୁଧବାର ଜଗନ୍ନାଥପୁର ଷ୍ଟେସନରେ, ତାମିଲନାଡୁର କୋଏମ୍ବାଟୁର ଷ୍ଟେସନରୁ ଆସିଥିବା ଟ୍ରେନ୍‌ ଖୋର୍ଦ୍ଧାରୋଡ୍‌ ଷ୍ଟେସନରେ, ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସରୁ ମଙ୍ଗଳବାର ଆସିଥିବା ଟ୍ରେନ୍‌ ବୁଧବାର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି ।

ତେବେ ବାଲେଶ୍ବର ଷ୍ଟେସନରେ ୧୧ଶହରୁ ଅଧିକ ପ୍ରବାସୀ ଓଡ଼ିଆ ପହଞ୍ଚିଥିବା ବେଳେ ରାଜ୍ୟକୁ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଛନ୍ତି । ଗୁରୁବାର ମଧ୍ୟ ୭ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିବେ ବୋଲି ରେଳ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts